ନୂଆବର୍ଷ ଉପହାର : ଏଣିକି ବିନା ଇଣ୍ଟର୍‌ନେଟ୍‌ରେ ଚାଲିବ ହ୍ୱାଟ୍ସଆପ୍‌

ବିନା ଇଣ୍ଟର୍‌ନେଟ୍‌ରେ ଚାଲିବ ହ୍ୱାଟ୍ସଆପ୍‌-1

ମୁମ୍ବାଇ: ବ୍ୟବହାରକାରୀଙ୍କ ସୁବିଧା ପାଇଁ ଲୋକପ୍ରିୟ ମେ‌ସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ନୂଆ ନୂଆ ଫିଚର ସବୁ କାଢ଼ିବାରେ ଲାଗିଛି। ଆପ୍‌ ଡେଭ୍‌ଲପର୍‌ ଏହି ଆପ୍‌କୁ ନୂଆବର୍ଷରେ ଆଉ ଟିକେ ଆଗକୁ ନେବା ପାଇଁ ଚିନ୍ତା କରିଛନ୍ତି। ହ୍ୱାଟ୍ସଆପ୍‌ର ଲାଟେଷ୍ଟ୍‌ ଫିଚର୍‌ ଏହାର ପ୍ରମାଣ। ଆପ୍‌ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏକ ପ୍ରକ୍ସି ସପୋର୍ଟ ଲଞ୍ଚ୍‌ କରିଛି। ଗୁରୁବାର ଦିନ ଏ ନେଇ କମ୍ପାନି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ସି ସପୋର୍ଟ ଜରିଆରେ ବ୍ୟବହାରକାରୀ ବିନା ଇଣ୍ଟର୍‌ନେଟ୍‌ରେ ବି ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ। କେବଳ ନିଜ ଫୋନ୍‌ ନୁହେଁ, ସେ ରହୁଥିବା ଅଞ୍ଚଳରେ ବି ଯଦି ଇଣ୍ଟ୍‌ରନେଟ୍‌ ନଥାଏ ତାହାଲେ ବି ହ୍ୱାଟ୍ସଆପ୍‌ ଚା‌ଲିବ। ଏହାକୁ ଗ୍ରାହକମାନଙ୍କୁ କମ୍ପାନିର ନୂଆବର୍ଷ ଉପହାର ବୋଲି କୁହାଯାଉଛି। ତେବେ କମ୍ପାନି ଗ୍ରାହକଙ୍କୁ ଆହୁରି ବି ଆଶ୍ୱସ୍ତ କରାଇଛି ଯେ ପ୍ରକ୍ସି ସପୋର୍ଟ ଦ୍ୱାରା ଯୋଡ଼ି ହୋଇ ରହିବା ଦ୍ୱାରା ଗ୍ରାହକଙ୍କୁ ନିଜର ସୁରକ୍ଷାକୁ ନେଇ ଆଦୌ ବି ଚିନ୍ତା କରିବା ଉଚିତ ନୁହେଁ। ପୂର୍ବ ପରି ଗ୍ରାହକଙ୍କ ଗୋପନୀୟତା ଓ ସୁରକ୍ଷା ଅତୁଟ ରହିବ ବୋଲି କମ୍ପାନି ଆଶ୍ୱାସନା ଦେଇଛି। ବ୍ୟବହାରକାରୀଙ୍କ କଲ୍‌ ଓ ମେସେଜ୍‌ ଏଣ୍ଡ୍‌-ଟୁ-ଏଣ୍ଡ୍‌ ସବ୍‌ସ୍କ୍ରିପସନ ରହିବ। ବ୍ୟବହାରକାରୀଙ୍କର ଅନ୍ୟ ବ୍ୟବହାରକାରୀଙ୍କ ସହ ମେସେଜକୁ କିମ୍ବା କଲ୍‌କୁ ନା ହ୍ୱାଟ୍ସଆପ୍‌ ନା ମେଟା କେହି ବି ଦେଖିପାରିବେ ନାହିଁ। ତାହା ପୂରା ଗୋପନ ରହିବ। ହ୍ୱାଟ୍ସଆପ୍‌ ଏକ ବ୍ଲଗ୍‌ ପୋଷ୍ଟ କରି ଲେଖିଛି କି ‘୨୦୨୩ରେ ଆମର ଶୁଭକାମନା ଯେ ଇଣ୍ଟର୍‌ନେଟ୍‌ କେବେ ବି ବନ୍ଦ ନହେଉ’।

Share Now:

Kalinga News Beuro

Next Post

ସ୍ମାର୍ଟସ୍କୁଲରେ ଅବ୍ୟବସ୍ଥା : ବିଗିଡ଼ିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍

Fri Jan 6 , 2023
ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍ ଆଜି ଅଚାନକ ବୁଗୁଡ଼ା ବ୍ଲକ୍ ଗସ୍ତ କରିଥିଲେ। ଫନି କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଚାଲିଥିବା ଜିଓ ଟ୍ୟାଗ୍ କାର୍ଯ୍ୟ ତଦା‌ରଖ କରିବା ପରେ ବିଭିନ୍ନ ସ୍ମାର୍ଟସ୍କୁଲ୍‌ ନିର୍ମାଣ କାମ ବୁଲି ଦେଖିଥି‌ଲେ। ତେବେ ସବୁଠି ଅବ୍ୟବସ୍ଥା ଦେଖି ସେ କ୍ଷୋଭ ପ୍ରକାଶ କରିଥିଲେ। ତୃତୀୟ ପର୍ଯ୍ୟାୟରେ ଅରଖପୁର ସ୍କାର୍ଟସ୍କୁଲ୍ ନିର୍ମାଣ କାମ ଧିମା ଚାଲିଥିବା ବେଳେ […]
ସ୍ମାର୍ଟସ୍କୁଲ୍ ଅବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial