ଉତ୍ତର-ପଶ୍ଚିମ ଦିଗ ମୁହାଁ ବାତ୍ୟା ‘ମିଗଜୋମ’ : ଘଣ୍ଟା ପ୍ରତି ବେଗ ୧୧ କିଲୋମିଟର

ଭୁବନେଶ୍ୱର: ଆଜି ଅପରାହ୍ନ ୨ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଗଜୋମ’ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ସମାନ ଅଞ୍ଚଳରେ ୧୨ଡ଼ିଗ୍ରି ଉତ୍ତର ଅକ୍ଷାଂଶ ଏବଂ ୮୨.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ, ପୁଡୁଚେରୀର ପ୍ରାୟ ୨୫୦ କିଲୋମିଟର ପୂର୍ବ, ଚେନ୍ନାଇର ୨୩୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୫୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ ଠାରୁ ୪୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଏହା ପରବର୍ତ୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି।
ଏହା ପରେ ଉତ୍ତର ଦିଗରେ ଗତିକରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତିକରି, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ତେଲେଙ୍ଗାନାରେ ନିର୍ବାଚନ ଆୟୋଗ ଡିଜିପିଙ୍କୁ କଲେ ନିଲମ୍ବନ

Sun Dec 3 , 2023
ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହରାଇ ସରକାର ଗଢିବାକୁ ଯାଉଛି। ୩ଟି ରାଜ୍ୟରେ ହାରିଥିବା କଂଗ୍ରେସ ପାଇଁ ଏହା ଏକମାତ୍ର ସାନ୍ତ୍ଵନା ରହିଛି ବୋଲି ଚର୍ଚ୍ଚା ହେଉଛି। ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଭୋଟ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିବା ଘଟଣାକୁ ନେଇ ଡିଜିପିଙ୍କୁ ମହଙ୍ଗା ପଡ଼ିଯାଇଛି। ପ୍ରକାଶିତ ରିପୋର୍ଟ ମୁତାବକ, ନିର୍ବାଚନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial