ବାଜ୍ୟାପ୍ତ ହେବ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି : ପ୍ରକ୍ରିୟା ଆରମ୍ଭ

ବାଜ୍ୟାପ୍ତ ହେବ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି

କୁଆଡେ ଗଲା ନାଗ ଗଙ୍ଗାରେ ବୁଡ଼ ପକେଇଥିବା ନେତା ଅଫିସରଙ୍କ ତାଲିକା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସମ୍ପତ୍ତି ବାଜ୍ୟାପ୍ତ ହେବ। ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜେଲ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରକୁ ନୋଟିସ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥିପାଇଁ ଦିଲ୍ଲୀ ଆଡଜୁଡିକେଟିଂ ଅଥରିଟିଙ୍କୁ ଜଣାଇଥିଲା ଇଡି। ଜବତ ହୋଇଥିବା ସମ୍ପତି କାହିଁକି ବାଜ୍ୟାପ୍ତ ହେବ ନାହିଁ, ସେ ନେଇ ତିନି ଜଣଙ୍କୁ ନୋଟିସ୍ ପଠାଇଛି ଇଡି। ସେପଟେ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଜେଲ ପଠାଯାଇଥିଲା।
ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ର ଏବେ ‌ଝାରପଡ଼ା ଜେଲରେ ଅଛନ୍ତି। ଅର୍ଚ୍ଚନା ନାଗ ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। କମ ସମୟ ମଧ୍ୟରେ ଅର୍ଚ୍ଚନା ନାଗ କେମିତି କୋଟିପତି ହୋଇପାରିଲା ସେ ନେଇ ଇଡି ତଦନ୍ତ ଜାରି ରଖିଛି। ତେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ନାଗ ଗଙ୍ଗାରେ ବୁଡ଼ ପକେଇଥିବା ନେତା ଓ ଅଫିସରଙ୍କ ତାଲିକା କେବେ ସାର୍ବଜନୀନ ହେବ ? କେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଅଦାଲତ ଅଥବା ସରକାର?

Share Now:

Kalinga News Beuro

Next Post

ବର୍ଷେ ଯାଏଁ ମାଗଣାରେ ମିଳିବ ଚାଉଳ, ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮୫ କୋଟି : ମୁଖ୍ୟମନ୍ତ୍ରୀ

Tue Jan 3 , 2023
ଭୁବନେଶ୍ୱର: ବିପିଏଲ୍‌ ପରିବାରରେ ରହୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇଦେବେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେବେ। ୨୦୨୩ ଜାନୁଆରି ଠାରୁ ଡିସେମ୍ବର ଯାଏଁ ଏହି ମାଗଣା ଚାଉଳ ମିଳିବ। ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମାସିକ ମୁଣ୍ଡପିଛା ମିଳିବ ୫କିଲୋ ଚାଉଳ। ଏଥିପାଇଁ ରାଜ୍ୟ ସରକାର ୧୮୫ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial