ବିଶ୍ୱାସଘାତକ ଡ୍ରାଇଭର୍ ଗିରଫ : ଲୁଟିନେଲା ମାଲିକାଣୀଙ୍କ ହୀରା ଓ ସୁନାଗହଣା

ବିଶ୍ୱାସଘାତକ ଡ୍ରାଇଭର୍ ଗିରଫ

ଭୁବନେଶ୍ୱର : ବିଶ୍ୱସଘାତକ ସାଜିଲା ଡ୍ରାଇଭର। ମାଲିକାଣୀଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ହୀରା ଓ ସୁନା ଅଳଙ୍କାର ଲୁଟି ନେଲା। ତେବେ ଅଭିଯୋଗ ହେବା ପ‌ରେ ଛାନ୍‌ଭିନ୍‌ କରି ଖଣ୍ଡଗିରି ପୁଲିସ ଆଜି ତା’କୁ ଗିରଫ କରିଛି। ସେ ହେଲା, କନ୍ଧମାଳ ଜିଲ୍ଲା କୁମ୍ଭାରକୁପା ଗାଁ’ର ସୂରଜ କୁମାର ନାୟକ ଓରଫ ଜନ୍(୩୦)। ପୁଲିସ ତା’ ପାଖରୁ ଚୋରି ହୋଇଥିବା ୩ଟି ହୀରା ମୁଦି, ୩ଟି ସୁନା ମୁଦି, ୨ଟି ସୁନା ଲକେଟ୍ ଓ ଗୋଟିଏ ସୁନା ଚେନ୍ ଜବତ କରିଛି। ଖବର ଅନୁଯାୟୀ, ଖଣ୍ଡଗିରିବିହାରସ୍ଥିତ ତେଜାସ୍‌ରେ ନମିତା ମହାନ୍ତି ରୁହନ୍ତି। କୋଠାର ଉପର ମହଲାକୁ ସେ ଅଫିସ୍‌ ଭାବେ ବ୍ୟବହାର କରୁଥିବା ବେଳେ ତଳ ମହଲାରେ ରୁହନ୍ତି। ସୂରଜ ତାଙ୍କର କାର୍‌ ଡ୍ରାଇଭର ଭାବେ କାମ କରୁଥିଲା। କାର୍ ଚଳାଇବା ସହ ଘରର ଅନ୍ୟାନ୍ୟ କାମରେ ବି ସୂରଜ ନମିତାଙ୍କୁ ସାହାଯ୍ୟ କରୁଥିଲା। ତେଣୁ ନମିତା ତାକୁ ଖୁବ୍‌ ବିଶ୍ବାସ କରୁଥିଲେ। ଏମିତିକି ଘରର ସବୁ ଚାବିକାଠି ତା’ ହାତରେ ଧରାଇ ଦେଇଥିଲେ। ଗତ ୧୪ ତାରିଖ ଦିନ ନମିତା ଉପର ମହଲାରେ ଥିବା ତାଙ୍କ ଅଫିସରେ କାମ କରୁଥିବା ବେଳେ ସୂରଜ ତଳ ମହଲାରେ ଘରର ଅନ୍ୟ କାମ କରୁଥିଲା। ଏହି ବାହାନାରେ ସେ ଲକର୍‌ରେ ଥିବା ସମସ୍ତ ସୁନା ଓ ହୀରା ଗହଣା ଚୋରି କରିନେଇଥିଲା। ଚୋରି କରିବା ପରେ ସେ ବାହାନା କରି ଛୁଟିରେ ଯାଇ ଆଉ ଫେରିନଥିଲା। ସନ୍ଦେହ ହେବାରୁ ନମିତା ଲକର୍‌ ଯାଞ୍ଚ କରି ଗହଣା ଚୋରି ବାବଦରେ ଜାଣିଥିଲେ ଓ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

Share Now:

Kalinga News Beuro

Next Post

ଏମ୍‌ସ ଗଭର୍ଣ୍ଣିଂବଡି ବୈଠକକୁ ନେଇ କର୍ତ୍ତୃପକ୍ଷଙ୍କ ନିରବତା: ୪ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Sat Nov 27 , 2021
ଭୁବନେଶ୍ୱର : ପାଖାପାଖି ବର୍ଷେ ପରେ ବସିଲା ଏମ୍‌ସରେ ଗଭର୍ଣ୍ଣିଂବଡି ବୈଠକ। କିନ୍ତୁ ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବୈଠକର ୪ ଦିନ ପରେ ମଧ୍ୟ ଏ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏମ୍‌ସର ନିର୍ଦ୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି ବି. ବୈଠକରେ ୪ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିଛନ୍ତି। ମନସ୍ତତ୍ତ୍ବ […]
ଏମ୍‌ସ ଗଭର୍ଣ୍ଣିଂବଡି ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial