ବର୍ଷେ ଯାଏଁ ମାଗଣାରେ ମିଳିବ ଚାଉଳ, ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮୫ କୋଟି : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା

ଭୁବନେଶ୍ୱର: ବିପିଏଲ୍‌ ପରିବାରରେ ରହୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇଦେବେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେବେ। ୨୦୨୩ ଜାନୁଆରି ଠାରୁ ଡିସେମ୍ବର ଯାଏଁ ଏହି ମାଗଣା ଚାଉଳ ମିଳିବ। ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମାସିକ ମୁଣ୍ଡପିଛା ମିଳିବ ୫କିଲୋ ଚାଉଳ। ଏଥିପାଇଁ ରାଜ୍ୟ ସରକାର ୧୮୫ କୋଟି ଟଙ୍କା କରିବେ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଉ ଏକ ବର୍ଷ ପାଇଁ ହିତାଧିକାରୀଙ୍କୁ ଦିଆଯିବ ଅତିରିକ୍ତ ମାଗଣା ଚାଉଳ। ଏହାଫଳରେ ଜାନୁଆରିରୁ ଡିସେମ୍ବର ମାସ ଯାଏଁ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ଏଥିରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଜାନୁଆରି ୨୦୨୩ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମାସିକ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ। ପ୍ରାୟ ୮.୦୯ ଲକ୍ଷ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରହିବେ। ଏଥିଲାଗି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ।

Share Now:

Kalinga News Beuro

Next Post

ବେଙ୍ଗାଲୁରୁରେ ଚାଞ୍ଚଲ୍ୟ : ରେଳ ଷ୍ଟେସନରେ ଡ୍ରମରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

Wed Jan 4 , 2023
ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟଶବନ୍ତପୁର ରେଳ ଷ୍ଟେସନରେ ଥିବା ଏକ ଡ୍ରମରୁ ବୁଧବାର ସକାଳେ ଏକ ଗଳିତ ମୃତଦେହ ମିଳିଛି। ଷ୍ଟେସନର ପରିମଳ କର୍ମଚାରୀମାନେ ପ୍ଲାଟଫର୍ମ ନମ୍ବର ୧ରେ ରଖାଯାଇଥିବା ଏହି ଡ୍ରମ୍ ଭିତରୁ ଏହି ମୃତଦେହକୁ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। କେତେକ ରାସାୟନିକ ପଦାର୍ଥ ମଧ୍ୟରେ ମୃତଦେହଟିକୁ ରଖାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଜବତ କରିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୁଲିସ। […]
ଡ୍ରମରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial