ବେଙ୍ଗାଲୁରୁରେ ଚାଞ୍ଚଲ୍ୟ : ରେଳ ଷ୍ଟେସନରେ ଡ୍ରମରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ଡ୍ରମରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟଶବନ୍ତପୁର ରେଳ ଷ୍ଟେସନରେ ଥିବା ଏକ ଡ୍ରମରୁ ବୁଧବାର ସକାଳେ ଏକ ଗଳିତ ମୃତଦେହ ମିଳିଛି। ଷ୍ଟେସନର ପରିମଳ କର୍ମଚାରୀମାନେ ପ୍ଲାଟଫର୍ମ ନମ୍ବର ୧ରେ ରଖାଯାଇଥିବା ଏହି ଡ୍ରମ୍ ଭିତରୁ ଏହି ମୃତଦେହକୁ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। କେତେକ ରାସାୟନିକ ପଦାର୍ଥ ମଧ୍ୟରେ ମୃତଦେହଟିକୁ ରଖାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଜବତ କରିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୁଲିସ। ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଦଳ ରେଳ ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫୋରେନସିକ୍ ବିଶେଷଜ୍ଞଙ୍କ କହିବା ଅନୁସାରେ, ମହିଳାଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି, ତାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନର ଅତିରିକ୍ତ ବିଭାଗୀୟ ରେଳ ପରିଚାଳକ କୁସୁମା ହରିପ୍ରସାଦ କହିଛନ୍ତି, “ପରିମଳ କର୍ମଚାରୀମାନେ ପ୍ଲାଟଫର୍ମ ନମ୍ବର ୧ରେ ରଖାଯାଇଥିବା ଡ୍ରମ୍ ଭିତରେ ଗଳିତ ମୃତଦେହ ପାଇଥିଲେ। ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଦଳ ରେଳ ଷ୍ଟେସନରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ” ମିଳିଥିବା ସୂଚନା ଅନୁସାରେ ଜୟାମ୍ମା ନାମକ ମହିଳା ସଫେଇ କର୍ମଚାରୀ ପ୍ରଥମେ ଏହାକୁ ଦେଖିଥିଲେ। ଶବଟିକୁ ଏକ ପ୍ଲାଷ୍ଟିକ ଜରିରେ ଗୁଡ଼ାଇରଖାଯାଇଥିଲା। ସେଥିରୁ ଦୁର୍ଗନ୍ଧ ଆସୁଥିବାରୁ ସେ ଭଲଭାବେ ଦେଖିବା ପରେ ମୃତଦେହକୁ ଦେଖିବାକୁ ପାଇଥିଲେ।

Share Now:

Kalinga News Beuro

Next Post

ରାତି ଅନିଦ୍ରା ହୋଇ ରାସ୍ତାରୁ ଲୁଟିଚାଲିଲେ ପିଜୁଳି

Wed Jan 4 , 2023
ଦୌସା: କଥାରେ ଅଛି ମାଗଣାରେ ପିଚୁ ମିଳିଲେ ଲୋକ ପିଇଯିବେ। କିଛି ଏଭଳି ଦୃଶ୍ୟ ଏବେ ରାଜସ୍ଥାନରୁ ସାମ୍ନାକୁ ଆସିଛି। ବାସ୍ତବରେ ମଙ୍ଗଳବାର ରାତିରେ ରାଜସ୍ଥାନର ରାଜଧାନୀ ଜୟପୁର ନିକଟସ୍ଥ ଦୌସା ସହରରେ ପିଜୁଳି ଲୁଟ୍ ଚାଲିଥିଲା। ପ୍ରବଳ ଶୀତ ସତ୍ତ୍ୱେ ଲୋକ ଏହାକୁ ଭୃକ୍ଷେପ ନ କରି ରାତି ଅନିଦ୍ରା ହୋଇ ପିଜୁଳି ବୋହିନେଇଥିଲେ। ଲୋକମାନେ ଘରୁ ଅଖା ଏବଂ ବ୍ୟାଗ ଆଣି ପିଜୁଳି ଭର୍ତ୍ତି କରି ନେଇଯାଇଥିଲେ। […]
ରାସ୍ତାରୁ ଲୁଟିଚାଲିଲେ ପିଜୁଳି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial