ରାତି ଅନିଦ୍ରା ହୋଇ ରାସ୍ତାରୁ ଲୁଟିଚାଲିଲେ ପିଜୁଳି

ରାସ୍ତାରୁ ଲୁଟିଚାଲିଲେ ପିଜୁଳି

ଦୌସା: କଥାରେ ଅଛି ମାଗଣାରେ ପିଚୁ ମିଳିଲେ ଲୋକ ପିଇଯିବେ। କିଛି ଏଭଳି ଦୃଶ୍ୟ ଏବେ ରାଜସ୍ଥାନରୁ ସାମ୍ନାକୁ ଆସିଛି। ବାସ୍ତବରେ ମଙ୍ଗଳବାର ରାତିରେ ରାଜସ୍ଥାନର ରାଜଧାନୀ ଜୟପୁର ନିକଟସ୍ଥ ଦୌସା ସହରରେ ପିଜୁଳି ଲୁଟ୍ ଚାଲିଥିଲା। ପ୍ରବଳ ଶୀତ ସତ୍ତ୍ୱେ ଲୋକ ଏହାକୁ ଭୃକ୍ଷେପ ନ କରି ରାତି ଅନିଦ୍ରା ହୋଇ ପିଜୁଳି ବୋହିନେଇଥିଲେ। ଲୋକମାନେ ଘରୁ ଅଖା ଏବଂ ବ୍ୟାଗ ଆଣି ପିଜୁଳି ଭର୍ତ୍ତି କରି ନେଇଯାଇଥିଲେ। ବୁଧବାର ସକାଳ ପର୍ଯ୍ୟନ୍ତ ପିଜୁଳି ବୋହିବାର ପ୍ରକ୍ରିୟା ଜାରି ରହିଥିଲା। ବାସ୍ତବରେ, ଦୌସା ସହରର ଲାଲସୋଟ-ଜୟପୁର ବାଇପାସ୍ କଲଭର୍ଟରେ ମଙ୍ଗଳବାର ବିଳମ୍ବିତ ରାତିରେ ପିଜୁଳି ଭର୍ତ୍ତି ଏକ ପିକଅପ୍ ଭ୍ୟାନ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏହି ପିକଅପରେ ତିନିଜଣ ଯାଉଥିଲେ। ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି। କିନ୍ତୁ ଦୁର୍ଘଟଣା ଯୋଗୁଁ ପିଜୁଳିଗୁଡିକ ରାସ୍ତାରେ ବିଛାଡ଼ି ହୋଇପଡ଼ିଥିଲା। ଏବାବଦରେ ସ୍ଥାନୀୟ ଲୋକ ଜାଣିବା ମାତ୍ରେ ତୁରନ୍ତ ସେଠାରେ ଅନେକ ଲୋକ ପହଞ୍ଚିଥିଲେ। ରାସ୍ତାରେ ବିଛା ଯାଇଥିବା ପିଜୁଳିକୁ ଦେଖି ଲୋକମାନେ ବୋହିବା ଆରମ୍ଭ କରିଥିଲେ। ଲୋକମାନେ ମୋଟରସାଇକେଲ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ରାତିସାରା ପିଜୁଳି ବୁହା ଚାଲିଥିଲା। ମହିଳାମାନେ ମଧ୍ୟ ଏଥିରେ ପଛରେ ପଡିନଥିଲେ। ରାସ୍ତାରେ ବିଛା ଯାଇଥିବା ପିଜୁଳି ଲୁଟିବା ପାଇଁ ଏଠାରେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମସ୍ତେ ପିଜୁଳି ବୋହିଥିଲେ ବି ଗାଡି ଦୁର୍ଘଟଣା ନେଇ କେହି ପୁଲିସକୁ ଖବର ବି ଦେଇନଥିଲେ।

Share Now:

Kalinga News Beuro

Next Post

ବିଜେବି କଲେଜରେ ଗଣ୍ଡଗୋଳ ଘଟଣା: ୨ ନାବାଳକ ସମେତ ୪ ଛାତ୍ର ଥାନାରେ ଅଟକ

Wed Jan 4 , 2023
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଆଜି ଦେଖାଯାଇଥିବା ଗଣ୍ଡଗୋଳ ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ୨ ଜଣ ସାବାଳକ ଓ ଅନ୍ୟ ୨ ଜଣ ନାବାଳକ ଥିବା ଜଣାଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିଲା ବୋଲି ପୁଲିସ କହିଛି। ଦ୍ୱିତୀୟ ବର୍ଷର ଛାତ୍ରମାନେ ପ୍ରଥମ ଶ୍ରେଣୀ ଛାତ୍ରକୁ […]
୨ ନାବାଳକ ସମେତ ୪ ଛାତ୍ର ଥାନାରେ ଅଟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial