ଅମାନବୀୟ : ବାପା ଋଣ ଶୁଝିନପାରିବାରୁ ୫୨ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କଲେ ନାବାଳିକା

୫୨ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କଲେ ନାବାଳିକା

ଭାଗଲପୁର: ଇଚ୍ଛା ନଥାଇ ବି ବାପା ଋଣ ଶୁଝିନପାରିବାରୁ ୫୨ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କଲେ ନାବାଳିକା। ବିହାରର ଭାଗଲପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଝାଡ଼ଖଣ୍ଡରେ ରହୁଥିବା ଜଣେ ବାପା ତାଙ୍କର ୧୬ ବର୍ଷର ଝିଅକୁ ୫୨ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରାଇଥିଲେ। ନାବାଳିକାଜଣକ ବିବାହ କରିବାକୁ ଚାହୁଁନଥିଲେ ବି ତାଙ୍କ ବାପା ବାଧ୍ୟ କରି ତାଙ୍କର ବିବାହ କରାଇଥିଲେ। ଏବେ ନାବାଳିକା ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଭିଡିଓ ଜାରି କରିଛନ୍ତି। ୧୬ବର୍ଷର ଝିଅ କହିଛନ୍ତି ଯେ ସେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ଏହି ବିବାହରୁ ମୁକ୍ତ କରାଯିବା ଉଚିତ୍।
ଭାଇରାଲ ଭିଡିଓରେ ନାବାଳିକା କହୁଛନ୍ତି ଯେ “ମୋ ବାପା ଋଣ ପରିଶୋଧ ନକରିପାରିବାରୁ ୫୨ବର୍ଷୀୟ ବ୍ୟକ୍ତିଙ୍କ ସହ ମୋର ବିବାହ କରାଇଦେଲେ। ମୋର ବୟସ ୧୬ବର୍ଷ ଏବଂ ମୋ ସ୍ୱାମୀଙ୍କ ବୟସ ୫୨ବର୍ଷ। ବାପାଙ୍କ ଉପରେ ବହୁତ ଋଣ ଥିବାରୁ ଋଣ ଦେଇଥିବା ବ୍ୟକ୍ତି ମୋ ବାପାଙ୍କୁ ମୋ ହାତ ମାଗିଥିଲେ। ଯଦି ଋଣ ନଦେଇପାରିବ ତେବେ ଝିଅ ସହ ବିବାହ କରାଇଦିଅ ବୋଲି କହିଥିଲେ ମୋ ସ୍ୱାମୀ। ମୁଁ ମନା କରିବା ପରେ ବି ମୋ ବାପା ମୋତେ ତାଙ୍କ ସହିତ ବିବାହ କରାଇଥିଲେ। ଜୁଲାଇରେ ମୋର ବିବାହ ହୋଇଥିଲା। ବିବାହକୁ ମୁଁ ବହୁତ ବିରୋଧ କରିଥିଲି କିନ୍ତୁ କେହି ମୋ କଥା ଶୁଣିନଥିଲେ। ବିବାହ ପରେ ମୁଁ ବିହାରର ଭାଗଲପୁରରେ ପହଞ୍ଚିବା ପରେ ମୋ ସ୍ୱାମୀ ମୋତେ ପ୍ରତିଦିନ ପିଟିବା ଆରମ୍ଭ କରିଥିଲେ। ସେ ପ୍ରତିଦିନ ମୋ ସହିତ ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି। ମୁଁ ତାଙ୍କ ସହ ରହିବାକୁ ଚାହୁନାହିଁ। ମୋତେ ଏ ବିବାହରୁ ମୁକ୍ତ କରନ୍ତୁ।”

Share Now:

Kalinga News Beuro

Next Post

କୁଖ୍ୟାତ ଅପରାଧୀ ପିନୁକୁ ଏନକାଉଣ୍ଟର କଲା ପୁଲିସ

Thu Aug 24 , 2023
ଗୁଳିବିନିମୟ ବେଳେ ପୁଲିସ ଏସ୍‌ଆଇ ସାମାନ୍ୟ ଆହତ ପୁରୀ: କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ପୁରୀ ପୁଲିସ ଗୁରୁବାର ଦିନ ଏନ୍‌କାଉଣ୍ଟର କରିଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନୁକୁ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍‌ ବିଶ୍ୱସ୍ତ […]
କୁଖ୍ୟାତ ଅପରାଧୀ ପିନାକୀ ବରାଳ ଆହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial