ମନ୍ଦିରରୁ ସୁନା ଚୋରି କରି ପୂଜକ ଗିରଫ

ମନ୍ଦିରରୁ ସୁନା ଚୋରି କରି ପୂଜକ ଗିରଫ

ଚେନ୍ନାଇ : ତାମିଲନାଡ଼ୁର ଏକ ଜୈନ ମନ୍ଦିରରୁ ସୁନା ଅଳଙ୍କାର ଚୋରି କରବା ଅଭିଯୋଗରେ ଉକ୍ତ ମନ୍ଦିରର ପୂଜକ ଗିରଫ ହୋଇଛି। ଏହି ଘଟଣାଟି ଘଟିଛି ଚେନ୍ନାଇର କିଲପକ୍ ଅଂଚଳରେ। ଗିରଫ ହୋଇଥିବା ପୂଜକର ନାଁ ବିଜୟ ରାଓ୍ବଲ। ସେ ଗୁଜୁରାଟର ମୂଳ ବାସିନ୍ଦା। ସେ ଉକ୍ତ ଜୈନ ମନ୍ଦିରରେ ଜଣେ ପୂଜକ ଭାବେ କାମ କରୁଥିଲା। ସେ ଚୋରି କରିଥିବା ସାମଗ୍ରୀ ମଧ୍ୟରେ ରହିଛି ସ୍ବର୍ଣ୍ଣ ଅଳଙ୍କାର, ଏକ ସୁନା କପ ଓ ଧୂପ ଦାନୀ। କିଛିଦିନ ତଳେ ମନ୍ଦିରରୁ ଏସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିବା ପରେ ମନ୍ଦିରର ଟ୍ରଷ୍ଟି ମୀନା ଚାକ୍ରିୟାଙ୍କ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ଏସବୁ ଅଳଙ୍କାର ନିଜେ ମୀନା ଚାକ୍ରିୟା କିଣିଥିଲେ ଓ ଏକ ବ୍ୟାଗରେ ରଖିଥିଲେ। ସିସିଟିଭି କ୍ୟାମେରା ଭିଡିଓ ଓ ମନ୍ଦିରର ପୂଜକ ବିଜୟକୁ ପଚରା ଉଚୁରା କରିବା ବେଳେ ତା ଉପରେ ପୁଲିସର ସନ୍ଦେହ ହୋଇଥିଲା। ତାକୁ ଅଧିକ ଜେରା କରାଯିବା ପରେ ସେ ନିଜର ଦୋଷ ସ୍ବୀକାର କରିଥିଲା। ତେବେ ତାକୁ ଏହି ଚୋରିରେ ସହାୟତା କରିଥିବା ବିଜୟନ ନାମକ ବ୍ୟକ୍ତି ଏବେ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୁଲିସର ଉଦ୍ୟମ ଜାରି ରହିଛି। ଘଟଣାଟି ଗତ ୧୩ ତାରିଖରେ ଘଟିଥିଲା।

Share Now:

Kalinga News Beuro

Next Post

ସିବିଆଇ ଚଢଉ ପରେ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦ ଛାଡ଼ିଲେ ନରିନ୍ଦର ବାତ୍ରା

Mon Jul 18 , 2022
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା। ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ଏକ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ପରେ ସେ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଗତ ଏପ୍ରିଲ […]
ନରିନ୍ଦର ବାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial