ବନ୍ଧା ହେଲେ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ

ବନ୍ଧା ହେଲେ ଠକ ପୋଷ୍ଟାଲ ଏଜେଣ୍ଟ-1

କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ ଅଭିଯୋଗ

ଭୁବନେଶ୍ୱର: ମହିଳା ପୋଷ୍ଟାଲ ଏଜେଣ୍ଟ କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ୍ କରିଥିବା ଜଣାଯାଇଛି। ଏନେଇ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୨ ବର୍ଷ ହେବ ଠକ ମହିଳା ସ୍ବର୍ଣ୍ଣଲତା ଦାସ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଆତ୍ମସାତ କରିଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଓଲଡ ଟାଉନ କେଦାର ଲେନରେ ଠକ ମହିଳା ଜଣଙ୍କ ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିବା କଥା ଜଣେ ମହିଳା ଜମାକାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର ଲିଙ୍ଗରାଜ ଥାନା ପୁଲିସ ତଦନ୍ତ କରୁଥିଲା। ତାଙ୍କ ଘରୁ ୯୮ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ କରିଥିଲା ପୁଲିସ।

Share Now:

Kalinga News Beuro

Next Post

ବିଶ୍ବରେ ପ୍ରଥମ : ଉଦ୍ଭିଦରୁ ମଣିଷ ଶରୀରକୁ ଆସିଲା ସଂକ୍ରମଣ

Sat Apr 8 , 2023
କୋଲକାତା : ସମଗ୍ର ବିଶ୍ବରେ କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେ ବି ରହସ୍ୟ ହଟିନାହିଁ। ସନ୍ଦେହ କରାଯାଉଛି ଯେ ବାଦୁଡ଼ି ଶରୀରରୁ ଏହି ଭୁତାଣୁ ମଣିଷ ଶରୀରକୁ ଆସିଛି। ଏବେ ଆଉ ଏକ ରହସ୍ୟମୟ ସଂକ୍ରମଣ କଥା ଜଣାପଡ଼ିଛି। ତାହା ହେଉଛି ଉଦ୍ଭିଦରୁ ମଣିଷ ଶରୀରକୁ ସଂକ୍ରମଣ ଯାଇଛି। ତାହା ପୁଣି ଭାରତର ଜଣେ ଗବେଷକଙ୍କୁ ସଂକ୍ରମିତ କରିଛି।କୋଲକାତାର ଜଣେ ୬୧ ବର୍ଷୀୟ ଜଣେ ବୈଜ୍ଞାନିକ ଛତୁ, କବକ […]
ଉଦ୍ଭିଦରୁ ମଣିଷ ଶରୀରକୁ ଆସିଲା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial