କଟକ: କଟକ ମାଲଗୋଦାମରୁ ନକଲି ମସଲା କାରଖାନା ଠାବ ମାମଲା। ଆଜି ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତକୁ ମାଲଗୋଦାମ ଥାନା ପୁଲିସ କରିଛି ଗିରଫ। ଜୋନ ୧ ଏସିପି ଅରୁଣ କୁମାର ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଦିନ ଏହି ନକଲି ମସଲା କାରଖାନା ଠାବ ହୋଇଥିଲା। ସିଏମସି ଓ ମାଲଗୋଦାମ ଥାନା ପୁଲିସ ମିଳିତ ଚଢାଉ କରି ୨୦ ବସ୍ତା ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଥିଲେ। ଏହା ସହ ଚାଉଳ ଚୁନା ଓ ରାସାୟନିକ ରଙ୍ଗ ମଧ୍ୟ ଜବତ କରାଯାଇଥିଲା। ତେବେ ଏହା ଆଉ କେଉଁ ଅଞ୍ଚଳକୁ ଚାଲାଣ ହେଇଥିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ସୂଚନା ଏସିପି ଅରୁଣ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ବ୍ୟବଧାନ ପରେ ଗତକାଲି ମାଲଗୋଦାମ ଅଞ୍ଚଳରୁ ୨୦ କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଜବତ କରାଯାଇଥିଲା। ସବୁ ଗୁଣ୍ଡରେ ଚାଉଳ, ରଙ୍ଗ , କେମିକାଲ ମିଶାଯାଉଥିବାବେଳେ ଅନେକ ବର୍ଷ ଧରି ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତ ଖୁଲମଖୁଲା ବ୍ୟବସାୟ କରୁଥିବାର ଜଣାପଡିଛି। ତେବେ ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ଜଣାପଡିଛି। ତେବେ ପୂର୍ବରୁ ଅପମିଶ୍ରଣର ଠିକଣା ପାଲଟି ସାରିଛି ସିଲଭରସିଟି। ପ୍ରଥମେ ସସ, ଚା, ଘିଅ, ସୋୟାବିନ, ଗୁଟଖା ଆଦି ନକଲି ସାମଗ୍ରୀ ଚିହ୍ନଟ ହୋଇଥିବାବେଳେ ଏବେ ପୁଣି ନକଲି ମସଲା ଜବତ ହୋଇଛି।
ମାଲଗୋଦାମରେ ନକଲି ମସଲା କାରଖାନା ଠାବ: ଜଣଙ୍କୁ ଗିରଫ କଲା ପୁଲିସ

Share Now: