ଥାନାରୁ ଫେରାର ଅଭିଯୁକ୍ତର ମହାନଦୀରୁ ମୃତଦେହ ଠାବ

ପୁଲିସ ହେପାଜତରୁ ଫେରାର

କଟକ : ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତର ମୃତଦେହ ଆଜି ଯୋବ୍ରା ନିକଟରେ ଭାସୁଥିବାର କୁହାଯାଉଛି। ତେବେ ମୃତଦେହଟି ଉକ୍ତ ଅଭିଯୁକ୍ତଙ୍କର କି ନୁହେଁ, ତାହା ପରିବାର ଲୋକ ଚିହ୍ନଟ କଲେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଯୁବକ ଜଣକ ଚମ୍ପଟ ମାରିଥିଲେ। ଏହି ଅଭିଯୁକ୍ତଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ ବବୁଲ ହୋଇଥିବାବେଳେ ମିଳିଥିବା ସୂଚନା ମୁତାବକ ଏକ ମୋବାଇଲ ଚୋରି ମାମଲାରେ ପୁଲିସ ଗତକାଲି ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଅଟକ ରଖିଥିଲା। ଆଉ ଗତକାଲି ଭୋର ସମୟରେ ସେ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ଶଙ୍କର୍ଷଣ ପୁଲିସକୁ ଚକମା ଦେଇ ମହାନଦୀକୁ ଡେଇଁପଡ଼ିଥିଲା। ଆଉ ଆଜି ସକାଳେ କଟକ ଯୋବ୍ରା ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଏହି ମୃତଦେହଟି ଶଙ୍କର୍ଷଣଙ୍କର ବୋଲି କୁହାଯାଉଥିଲେ ବି ପରିବାର ଲୋକ ଆସି ଚିହ୍ନଟ କଲେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଭୁବନେଶ୍ୱରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୁଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇଥିଲା। ପୁଲିସ ତା’ ନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତ କରିଥିଲା। ତାକୁ କାବୁ କରିବା ପରେ କ୍ୟାଣ୍ଟନମେଣ୍ଟ ଥାନାର ଜିମା ଦେଇଥିଲା। ତେବେ ସେ ପୁଲିସକୁ ଚକମା ଦେଇ ଥାନାରୁ ଚମ୍ପଟ ମାରି ମହାନଦୀକୁ ଡେଇଁ ପଡିଥିଲା। ଶଙ୍କର୍ଷଣ ମହାନଦୀକୁ ଡେଇଁଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାକୁ ଖୋଜାଖୋଜି କରିଥିଲେ। କିନ୍ତୁ ତାର ପତ୍ତା ମିଳିନଥିଲା। ତେବେ ଆଜି ଏକ ମୃତଦେହ ଉଦ୍ଧାର ହୋଇଛି।

Share Now:

Kalinga News Beuro

Next Post

ଜବତ ହେଲା ୪ କଲରାପତରିଆ ବାଘ ଛାଲ : ୩ ଗିରଫ

Sun Jul 23 , 2023
ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି। ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ନେଇ ସୂଚନା ମିଳିଥିଲା। ଏହାପରେ ସେ ନିଜ […]
ଜବତ ହେଲା ୪ ବାଘ ଛାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial