ଜବତ ହେଲା ୪ କଲରାପତରିଆ ବାଘ ଛାଲ : ୩ ଗିରଫ

ଜବତ ହେଲା ୪ ବାଘ ଛାଲ

ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି। ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ନେଇ ସୂଚନା ମିଳିଥିଲା। ଏହାପରେ ସେ ନିଜ ଟିମ ସହ ମୟୁରଭଞ୍ଜ ଜିଲ୍ଲା ବହଳଦା ଗାଁରେ ଚଢ଼ାଉ କରିଥିଲେ। ବାରିପଦା ବନ ବିଭାଗ, ଶିମିଳିପାଳ ବନ ବିଭଗ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଥିଲା।
ତେବେ ଏହି ଅଭିଯୁକ୍ତମାନେ କାହାକୁ ଏହା ବିକ୍ରି କରିଥାନ୍ତେ ଓ ଏହା ପଛରେ କୌଣସି ରାକେଟ କାମ କରୁଛି କି ସେ ନେଇ ତଦନ୍ତ ଚାଲିଛି। ଉଲ୍ଲେଖ ଥାଉ କି ଗତକାଲି ଏସଟିଏଫ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ଚଢ଼ାଉ କରାଯାଇ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ କରାଯାଇଥିଲା। କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ଏସଟିଏଫ ମାଡ଼ିବସିଥିଲା। କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

ରେଳ ଷ୍ଟେସନ୍‌ରେ ଲାଗିଲା ମାଓ ବ୍ୟାନର : ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

Sun Jul 23 , 2023
ମାଲକାନଗିରି: ରେଳ ଷ୍ଟେସନରେ ନକ୍ସଲ ବ୍ୟାନର ଲାଗିଛି। ନକ୍ସଲମାନେ ଆଗାମୀ ୨୮ ତାରିଖ ଠାରୁ ଅଗଷ୍ଟ ୩ ଯାଏଁ ସହିଦ ଦିବସ ପାଳନ କରିବାକୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଭାନ୍‌ସୀ ରେଳ ଷ୍ଟେସନରେ ଏହି ବ୍ୟାନର ଝୁଲୁଛି। କୁହାଯାଉଛି ଯେ, ନକ୍ସଲମାନେ ସାଧାରଣ ବେଶରେ ରେଳଷ୍ଟେସନକୁ ପହଞ୍ଚିଥିଲେ। ରେଳ କର୍ମଚାରୀଙ୍କ ଉପସ୍ଥିତିରେ ସେମାନେ କାହାରିକୁ ଭୟ ନକରି ନକ୍ସଲ ବ୍ୟାନର ଲଗାଇଥିଲେ। ଏହା ପରେ ଜଙ୍ଗଲ […]
ରେଳ ଷ୍ଟେସନ୍‌ରେ ଲାଗିଲା ମାଓ ବ୍ୟାନର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial