ପୋଲିସ କବଜାରେ ରାଜପଥ ଡକାୟତ ଦଳ : ମୁଖିଆ ରମେଶ ସମେତ ୫ଙ୍କୁ କୋର୍ଟ ଚାଲାଣ

ଧରାପଡ଼ିଲା ରାଜପଥ ଡକାୟତ ଦଳ

ଜଟଣୀ: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜପଥରେ ମାଲବାହୀ ଗାଡ଼ିକୁ ଅଟକାଇ ଡକାୟତି କରୁଥିବା ଏକ ଦୁର୍ଦ୍ଦଷ ଗ୍ୟାଙ୍ଗ୍‌ ଜଟଣୀ ଥାନା ପୁଲିସ ପଞ୍ଝାରେ ପଡ଼ିଛି। ଗତକାଲି ରାତିରେ ମା’ ଖଣ୍ଡୁଆଳ ମନ୍ଦିର ନିକଟରେ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏହି କୁଖ୍ୟାତ ରମେଶ ଗ୍ୟାଙ୍ଗ୍‌ ପୁଲିସ ହାବୁଡ଼ରେ ପଡ଼ିଥିଲା। ସେମାନେ ହେଲେ ଗ୍ୟାଙ୍ଗ୍‌ ମୁଖିଆ ବାଲିଛକ ମୁଣ୍ଡିଆସାହିର ରମେଶ ଜେନା(୨୨), କୁଦିଆରୀ ମାଲଗୋଦାମ ଛକ ଅଞ୍ଚଳର ସେକ୍‌ ଅସରଫ୍‌ ଓରଫ୍ ଦିଲୁ (୨୬), ଲକ୍ଷ୍ମୀସାଗର ଥାନା ପୁରୁଣା ପୋଷ୍ଟ ଅଫିସ୍ ଗଳିରେ ରହୁଥିବା ବିହାରର ବିଦ୍ୟାପତି ଶାହା ଓରଫ୍ ଅଜୟ(୨୯), ଜଟଣୀ ଗୋପବନ୍ଧୁନଗର ଅଞ୍ଚଳର ସୁନିଲ ସିଂ ଓରଫ୍ ସୋନୁ(୨୬) ଓ ଆଲୋକ ହଡ଼ା ଓରଫ୍ ବାବୁ (୨୬)। ପୁଲିସ ସେମାନଙ୍କ ପାଖରୁ ୩ଟି ଛୁରି, ଗୋଟିଏ କଟୁରି, ଦୁଇଟି ବାଇକ୍‌, ମଦ ବୋତଲ ଓ ୨୭ଶହ ଟଙ୍କା ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ପୁଲିସ ସୂଚନାନୁସାରେ ଗ୍ୟାଙ୍ଗ୍‌ର ମୁଖିଆ ରମେଶ ଏହି ଦଳକୁ ନେଇ ଜଟଣୀ-ତଳଖେତା ରାସ୍ତା, ଜଟଣୀ-ଖୋର୍ଦ୍ଧା ରାସ୍ତା, ଜଟଣୀ-ପିପିଲି ରାସ୍ତା ଏବଂ ହରିରାଜପୁର- ସୁନ୍ଦରପଦା ରାସ୍ତାରେ ଡକାୟତି କରୁଥିଲା। ମାଲବାହୀ ଗାଡ଼ିକୁ ଏହି ଗ୍ୟାଙ୍ଗ୍‌ ଟାର୍ଗେଟ୍‌ କରୁଥିଲା। ଗାଡ଼ି ଚାଳକଙ୍କୁ ଆକ୍ରମଣ କରି ଏମାନେ ଲୁଟ୍‌ପାଟ୍‌ କରୁଥିଲେ। କିନ୍ତୁ ଏମାନେ ଡକାୟତି ପରେ ଜଟଣୀ ଛାଡ଼ି ବାହାରକୁ ପଳାଉଥିବାରୁ ଧରାପଡ଼ୁନଥିଲେ। ପ୍ରାୟ ମାସେ ହେଲା ପୁଲିସ ଏହି ଗ୍ୟାଙ୍ଗ୍‌କୁ ପିଛା କରୁଥିଲା ଏବଂ ଗତକାଲି ରାତିରେ ଖଣ୍ଡୁଆଳ ମନ୍ଦିର ନିକଟରେ ଏକାଠି ହୋଇଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ରମେଶ ଜେନା ଜଣେ ପେସାଦାର ଅପରାଧୀ ଓ ତା’ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ତେଣୁ ତା’ ବିରୋଧରେ ସିଆରପିସି ୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଅଭିଯୁକ୍ତ ଦିଲୁ ନାଁରେ ଜଟଣୀ ଥାନାରେ ୩ଟି ମାମଲା, ଅଜୟ ନାଁରେ କ୍ୟାପିଟାଲ ଥାନାରେ ୨ଟି, ଅଭିଯୁକ୍ତ ସୋନୁ ନାଁରେ ଜଟଣୀ ଥାନାରେ ୩ଟି ଓ ଇନ୍‌ଫୋଭ୍ୟାଲି ଥାନାରେ ଗୋଟିଏ ଓ ବୁବୁ ନାଁରେ ଜଟଣୀ ଥାନାରେ ୩ଟି ମାମଲା ରହିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଚେନ୍ନାଇକୁ କାମ କରିବାକୁ ଯାଉଥିବା ଶ୍ରମିକ ଟ୍ରେନ୍‌ରୁ ପଡ଼ି ଗୁରୁତର

Thu Oct 12 , 2023
ବାଲେଶ୍ୱର: ବୁଧବାର ସନ୍ଧ୍ୟାରେ କରମଣ୍ଡଳ ସୁପର୍‌ଫାଷ୍ଟ ଏକ୍ସପ୍ରେସ ଦ୍ରୁତ ଗତିରେ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ଜେନେରାଲ ବଗିରେ ଚଢ଼ିଥିବା ପଶ୍ଚିମବଙ୍ଗ ପଶ୍ଚିମମେଦିନିପୁର ଜିଲ୍ଲାର ପିଣ୍ଟୁ ମାନ୍ନା ଚଳନ୍ତାଟ୍ରେନ୍‌ରୁ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ବସ୍ତା ଓ ହଳଦୀପଦା ଷ୍ଟେସନ ମଝିରେ ଖସି ପଡ଼ିଥିଲେ। ଗୁରୁତର ଭାବେ ସେ ଆହତ ହୋଇ ରେଳଧାରଣା ନିକଟରେ ପଡ଼ିରହିଥିବା ବେଳେ ଖବର ପାଇ ପ୍ରିନ୍‌ସ ଆର୍ୟାନ୍‌ଙ୍କ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚି […]
ଟ୍ରେନ୍‌ରୁ ପଡ଼ି ଶ୍ରମିକ ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial