ଚେନ୍ନାଇକୁ କାମ କରିବାକୁ ଯାଉଥିବା ଶ୍ରମିକ ଟ୍ରେନ୍‌ରୁ ପଡ଼ି ଗୁରୁତର

ଟ୍ରେନ୍‌ରୁ ପଡ଼ି ଶ୍ରମିକ ଗୁରୁତର

ବାଲେଶ୍ୱର: ବୁଧବାର ସନ୍ଧ୍ୟାରେ କରମଣ୍ଡଳ ସୁପର୍‌ଫାଷ୍ଟ ଏକ୍ସପ୍ରେସ ଦ୍ରୁତ ଗତିରେ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ଜେନେରାଲ ବଗିରେ ଚଢ଼ିଥିବା ପଶ୍ଚିମବଙ୍ଗ ପଶ୍ଚିମମେଦିନିପୁର ଜିଲ୍ଲାର ପିଣ୍ଟୁ ମାନ୍ନା ଚଳନ୍ତାଟ୍ରେନ୍‌ରୁ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ବସ୍ତା ଓ ହଳଦୀପଦା ଷ୍ଟେସନ ମଝିରେ ଖସି ପଡ଼ିଥିଲେ। ଗୁରୁତର ଭାବେ ସେ ଆହତ ହୋଇ ରେଳଧାରଣା ନିକଟରେ ପଡ଼ିରହିଥିବା ବେଳେ ଖବର ପାଇ ପ୍ରିନ୍‌ସ ଆର୍ୟାନ୍‌ଙ୍କ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଫକୀରମୋହନ ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ହାତ, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ପ୍ରିନ୍‌ସ ଆର୍ୟାନ୍‌ଙ୍କ ସଂଗଠନ ପିଣ୍ଟୁ ମାନ୍ନାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର ଦିଗରେ ସହାୟତା ଦେବା ସହ ତାଙ୍କ ପରିବାରକୁ ଏନେଇ ଖବର ଦେଇଛନ୍ତି। ପ୍ରିନ୍‌ସଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପିଣ୍ଟୁ ମାନ୍ନା ମେଦିନିପୁରରୁ ଚେନ୍ନାଇକୁ କାମ କରିବାକୁ ଯାଉଥିଲେ।

Share Now:

Kalinga News Beuro

Next Post

ନିଜ ସୁରକ୍ଷା ପାଇଁ ଦାକ୍ଷିଣାତ୍ୟକୁ ଚାଲିଯାଅ: ହମାସ୍‌ ସହିତ ଭୀଷଣ ଯୁଦ୍ଧ ହେବାରୁ ଗାଜାବାସୀଙ୍କୁ କହିଲା ଇସ୍ରାଏଲ୍‌

Fri Oct 13 , 2023
ତେଲ୍‌ ଆଭିଭ୍‌: ନିଜ ସୁରକ୍ଷା ପାଇଁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣାଞ୍ଚଳକୁ ଚାଲିଯିବା ଲାଗି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ ଆଜି ଗାଜାର ଉତ୍ତରାଞ୍ଚଳରେ ବସବାସ କରୁଥିବା ଜନତାକୁ କହିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି। ଏ ସଂକ୍ରାନ୍ତରେ ଜାତିସଂଘର ଜଣେ ମୁଖପାତ୍ର କହିଛନ୍ତି, ଏଭଳି ବିଜ୍ଞପ୍ତି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ର ସମ୍ଭାବ୍ୟ ସ୍ଥଳଭାଗ ଆକ୍ରମଣକୁ ସୂଚାଉଛି। ୱାଦି ଗାଜାର ଉତ୍ତରାଞ୍ଚଳରେ ପ୍ରାୟ ୧.୧ ନିୟୁତ ପାଲେଷ୍ଟେନୀୟ […]
ହମାସ୍‌ ସହିତ ଯୁଦ୍ଧ ଭୀଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial