ବିଶ୍ବରେ ପ୍ରଥମ : ଉଦ୍ଭିଦରୁ ମଣିଷ ଶରୀରକୁ ଆସିଲା ସଂକ୍ରମଣ

ଉଦ୍ଭିଦରୁ ମଣିଷ ଶରୀରକୁ ଆସିଲା ସଂକ୍ରମଣ

କୋଲକାତା : ସମଗ୍ର ବିଶ୍ବରେ କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେ ବି ରହସ୍ୟ ହଟିନାହିଁ। ସନ୍ଦେହ କରାଯାଉଛି ଯେ ବାଦୁଡ଼ି ଶରୀରରୁ ଏହି ଭୁତାଣୁ ମଣିଷ ଶରୀରକୁ ଆସିଛି। ଏବେ ଆଉ ଏକ ରହସ୍ୟମୟ ସଂକ୍ରମଣ କଥା ଜଣାପଡ଼ିଛି। ତାହା ହେଉଛି ଉଦ୍ଭିଦରୁ ମଣିଷ ଶରୀରକୁ ସଂକ୍ରମଣ ଯାଇଛି। ତାହା ପୁଣି ଭାରତର ଜଣେ ଗବେଷକଙ୍କୁ ସଂକ୍ରମିତ କରିଛି।
କୋଲକାତାର ଜଣେ ୬୧ ବର୍ଷୀୟ ଜଣେ ବୈଜ୍ଞାନିକ ଛତୁ, କବକ ଆଦି ଉପରେ ବିଗତ ଅନେକ ବର୍ଷ ଧରି ଗବେଷଣା କରିଆସୁଥିଲେ। କିନ୍ତୁ ଏକ ବିଷାକ୍ତ ଛତୁ ଦ୍ବାରା ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏକ ଉଦ୍ଭିଦରୁ ମଣିଷକୁ ସଂକ୍ରମଣ ଆସିବାର ସମଗ୍ର ବିଶ୍ବରେ ଏକ ପ୍ରଥମ ଘଟଣା ବୋଲି କୁହାଯାଉଛି। ସେ ପ୍ଲାଣ୍ଟ ଫଙ୍ଗସ ଉପରେ ଗବେଷଣା କରୁଥିବାବେଳେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏହି ଫଙ୍ଗସ ଫସଲକୁ ସଂକ୍ରମିତ କଲେ ଫସଲ ପତ୍ର ଧଳାପଡ଼ିଯାଏ ଓ ଧୀରେ ଧୀରେ ନଷ୍ଟ ହୋଇଯାଏ। କିନ୍ତୁ ଏହି ସଂକ୍ରମଣ ଉକ୍ତ ବ୍ୟକ୍ତିଙ୍କୁ ସଂକ୍ରମିତ କରିବା ପରେ ତାଙ୍କଠାରେ ନିୟମିତ କାଶ, ତଣ୍ଟିରେ ଦରଜ ଓ ଫୁଲିଯିବା, ଖାଦ୍ୟଗିଳିବାରେ ସମସ୍ୟା, ହାଲିଆ ଲାଗିବା ଆଦି ଦେଖାଯାଇଥିଲା। ସେ ଆପୋଲୋ ହସପିଟାଲରେ ଚିକିତ୍ସିତ ହେବା ପରେ ଏବେ ଆରୋଗ୍ୟ ହୋଇଛନ୍ତି। ତେବେ ଏହି ସଂକ୍ରମଣ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

Share Now:

Kalinga News Beuro

Next Post

ଶୌଚ ହେବାକୁ ଯାଇ ପୋଖରିରେ ଖସିଗଲେ ୨ ସାଙ୍ଗ : ଡାକ୍ତରଖାନାରେ ମୃତ ଘୋଷିତ

Sat Apr 8 , 2023
ଭଦ୍ରକ: ଶୌଚ ହେବାକୁ ଯାଇ ଦୁଇ ସାଙ୍ଗ ପୋଖରୀରେ ଖସିପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୫ନମ୍ବର ୱାର୍ଡର ଶ୍ୟାମପୁର ମୌଜାରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ କମଳା ମଲ୍ଲିକ ଓ ମୁକେଶ ଗିରି।ସୂଚନା ଅନୁସାରେ ଶ୍ୟାମପୁର ମୌଜା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମର ସୁଧୀର ମଲ୍ଲିକଙ୍କ ପୁଅ କମଳା […]
ପୋଖରିରେ ଖସିଗଲେ ୨ ସାଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial