ଶୌଚ ହେବାକୁ ଯାଇ ପୋଖରିରେ ଖସିଗଲେ ୨ ସାଙ୍ଗ : ଡାକ୍ତରଖାନାରେ ମୃତ ଘୋଷିତ

ପୋଖରିରେ ଖସିଗଲେ ୨ ସାଙ୍ଗ

ଭଦ୍ରକ: ଶୌଚ ହେବାକୁ ଯାଇ ଦୁଇ ସାଙ୍ଗ ପୋଖରୀରେ ଖସିପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୫ନମ୍ବର ୱାର୍ଡର ଶ୍ୟାମପୁର ମୌଜାରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ କମଳା ମଲ୍ଲିକ ଓ ମୁକେଶ ଗିରି।
ସୂଚନା ଅନୁସାରେ ଶ୍ୟାମପୁର ମୌଜା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମର ସୁଧୀର ମଲ୍ଲିକଙ୍କ ପୁଅ କମଳା ଲୋଚନ ମଲ୍ଲିକ ଓ ସେହି ଗ୍ରାମର ପ୍ରେମାନନ୍ଦ ଗିରୀଙ୍କ ପୁଅ ମୁକେଶ ଗିରି ଗାଁ ଯଜ୍ଞରେ ପ୍ରସାଦ ସେବନ କରି ନିକଟସ୍ଥ କେନାଲ ବନ୍ଧ ପୋଖରୀ ପାଖ ପଡ଼ିଆରେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ କାଦୁଅରେ ଗୋଡ ତଳକୁ ଖସି ଯିବାରୁ ଦୁଇ ସାଙ୍ଗ ପୋଖରୀ ଭିତରକୁ ପଡି ଯାଇଥିଲେ। ପୋଖରୀ ପାଣିରେ ବୁଡ଼ି ଯାଇ ଆଉ ବାହାରି ପରି ନଥିଲେ। ପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପୋଖରୀ ନିକଟକୁ ଯାଇ ଉଦ୍ଧାର କରିଥିଲେ। ଉଭୟଙ୍କୁ ଧାମନଗରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏଇ ଘଟଣାକୁ ନେଇ ଧାମନଗର ଶୋକ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଗତ ୪ ଦିନ ତଳେ ଭଦ୍ରକ ବ୍ଲକ୍ ର ହରିପୁର ଅଞ୍ଚଳରେ ମଧ୍ୟ ୩ କଲେଜ ପଢୁଆ ସାଙ୍ଗ ନାଲିଆ ନଦୀରେ ବୁଡ଼ି ଯାଇ ଥିଲେ। ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା : କ୍ଷେପଣାସ୍ତ୍ର ସଜ୍ଜିତ ବୁଡ଼ାଜାହାଜ ପଠାଇଲା ଆମେରିକା

Sat Apr 8 , 2023
ନୂଆଦିଲ୍ଲୀ : ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଗୋଟିଏ ପଟେ ଇସ୍ରାଏଲ ଉପରେ ରକେଟ ମାଡ ପରେ ଏହି ଦେଶ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଇରାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଆମେରିକା ଉପସାଗରୀୟ ଅଞ୍ଚଳରେ ଏକ ପରମାଣୁ ଶକ୍ତି ସଂପନ୍ନ ତଥା କ୍ରୁଜ୍ କ୍ଷେପଣାସ୍ତ୍ରରେ ସଜ୍ଜିତ ବୁଡ଼ାଜାହାଜ (ମିସାଇଲ ସବମେରିନ) ମୁତୟନ କରିଛି। ୟୁଏସ୍ଏସ୍ ଫ୍ଲୋରିଡା […]
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial