ଚାଇଲଡ ଫ୍ରେଣ୍ଡଲି ପୁଲିସ ଷ୍ଟେସନ : ଉଦଘାଟନ କଲେ ପୁଲିସ କମିଶନର

ପୁଲିସ ଷ୍ଟେସନରେ ପଢିବେ ପିଲା

ଭୁବନେଶ୍ୱର: ଥାନାକୁ ଆସୁଥିବା ଛୋଟପିଲାମାନଙ୍କ ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି କମିଶନରେଟ ପୁଲିସ। ଆଜି ନୟାପଲ୍ଲୀ ଥାନାରେ ଚାଇଲଡ ଫ୍ରେଣ୍ଡଲି ପୁଲିସ ଷ୍ଟେସନ ଖୋଲିଛି। ବିଶେଷକରି ଥାନାକୁ ଆସୁଥିବା ଛୋଟ ଛୁଆମାନଙ୍କୁ ପୁଲିସ ଫ୍ରେଣ୍ଡଲି କରିବା ଉଦ୍ଦେଶ୍ୟରେ ଥାନାରେ ଏହି ପ୍ରକୋଷ୍ଠ ଖୋଲାଯାଇଛି ଇ ଥାନାକୁ ଯେଉଁ ଲୋକମାନେ ନିଜ ସାଙ୍ଗରେ ଛୋଟ ଛୋଟ ପିଲାମାନଙ୍କୁ ନେଇକି ଆସୁଛନ୍ତି ସେମାନେ କିପରି ସେଠାରେ ସମୟ ଅତିବାହିତ କରିପାରିବେ ସେନେଇ ସମସ୍ତ ବ୍ୟବସ୍ତା କରାଯାଇଛି।
ଯେମିତିକି ପାଠ ପଢିବା,ଖେଳିବା ଠାରୁ ଆରମ୍ଭ କରି ଫିଡ଼ିଙ୍ଗ ରୁମ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଡିସିପି ଛୋଟ ଛୋଟ ପିଲାମାନଙ୍କୁ ବହି ପ୍ରଦାନ କରିବା ସହ ଚକୋଲେଟ ବାଣ୍ଟିବା ସହ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦଘାଟନ କରିଥିଲ। ଏଥିରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ପୂର୍ବରୁ କ୍ୟାପିଟାଲ ଥାନା ଓ ମହିଳା ଥାନାରେ ଚାଇଲଡ ଫ୍ରେଣ୍ଡଲି ପୁଲିସ ଷ୍ଟେସନ ଖୋଲାଯାଇଥିଲା।

Share Now:

Kalinga News Beuro

Next Post

ଏତେ ବର୍ଷ ସେବା କରିବାର ସୁଯୋଗ ପାଇଁ ଧନ୍ୟବାଦ : ମୋଦୀ-ଶାହା

Sat May 13 , 2023
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ। ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ମୋର ଶୁଭେଚ୍ଛା। କର୍ଣ୍ଣାଟକ ନିର୍ବାଚନରେ ​​ଆମକୁ ସମର୍ଥନ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ବିଜେପି କର୍ମୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛି। ଭବିଷ୍ୟତରେ ଆମେ ଅଧିକ ଉତ୍ସାହ ସହିତ […]
ମୋଦୀ-ଶାହା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial