ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା, ଘୁର୍ଣ୍ଣିଝଡ଼ ଆଶଙ୍କା, ବୁଧବାରଠାରୁ ତାପମାତ୍ରା ବଢିବ

ଭୁବନେଶ୍ୱର : ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଓ କେତେକ ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶନିବାର ଦିନ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର,କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲାଗୁଡ଼ିକୁ ଛାଡ଼ି ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ । ରବିବାର ଓ ସୋମବାରଦିନ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛନ୍ତି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି, ଗଜପତି ଓ ଗଞ୍ଜାମ । କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି । ଏଥିପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ବେଳକୁ ଓଡ଼ିଶାର କେତେକ ଉପକୂଳବର୍ତ୍ତି ଜିଲ୍ଲା, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ,ମୟୁରଭଞ୍ଜ ଆଦି ଜିଲ୍ଲାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଆହୁରି ମଧ୍ୟ ଉପକୂଳ ଓଡ଼ିଶା, କନ୍ଧମାଳ, ଢେଙ୍କାନାଳ,ବୌଦ୍ଧ,ମୟୁରଭଞ୍ଜ ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବୋହିବା ସହ ବଜ୍ରପାତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମଙ୍ଗଳବାରଦିନ ରାଜ୍ୟର କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, କନ୍ଧମାଳ,ଗଞ୍ଜାମ, ମୟୁରଭଞ୍ଜ, ମାଲକାନଗିରି ଓ କେନ୍ଦୁଝର ଆଦି ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବୁଧବାରଠାରୁ ରାଜ୍ୟରେ ଗ୍ରୀଷ୍ଣପ୍ରବାହ ଲାଗି ରହିବ ।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶାରେ କରୋନା ତୃତୀୟ ପର୍ଯ୍ୟାୟରେ!

Sat Mar 28 , 2020
ଚିହ୍ନଟ ପୂର୍ବରୁ ୩ଟି ହସ୍ପିଟାଲକୁ ଯାଇଥିଲେ ତୃତୀୟ ଆକ୍ରାନ୍ତ ଭୁବନେଶ୍ୱର: ରାଜ୍ୟରେ କରୋନା(କୋଭିଡ୍‌-୧୯) ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତୃତୀୟ ପର୍ଯ୍ୟାୟରେ ଏହା ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଥାଏ। ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ଆଜି ଏ କଥା ସୂଚାଇ ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଶ୍ରୀ ବାଗଚୀ କହିଥିଲେ ଯେ ପୂର୍ବରୁ ବିଦେଶ ଫେରନ୍ତାଙ୍କ ନିକଟରେ କ‌ରୋନା ସଂକ୍ରମଣ […]
corona-3rd positive-2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial