ବ୍ୟାଧି ପାଲଟିଲାଣି ନାବାଳିକା ଦୁଷ୍କର୍ମ, ୨୪ ଘଣ୍ଟା ଭିତରେ ପୁଣି ଦୁଇ ମାମଲା

ଭୁବନେଶ୍ୱର: ସାଲେପୁର ଦୁଷ୍କର୍ମ ଘଟଣା ଥମିନାହିଁ। ପୁଣି ଦୁଇ ଜଣ ଦୁଷ୍କର୍ମରେ ଶିକାର ହୋଇଛନ୍ତି। ଗୋଟିଏ ରଣପୁରରେ ଘଟିଥିବା ବେଳେ ଅନ୍ୟଟି ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଗତ ୨୪ ଭିତରେ ଘଟିଥିବା ଦୁଇଟି ମାମଲାରେ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଦୁଷ୍କର୍ମକାରୀ ଫେରାର ଥିବା ଜଣାପଡ଼ିଛି। ସେପଟେ ଦେଶରେ ବଢୁଥିବା ନାବାଳିକା ଦୁଷ୍କର୍ମ ଘଟଣାର ତ୍ୱରିତ ବିଚାର ପାଇଁ ସବୁ ହାଇକୋର୍ଟଙ୍କୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ପକ୍ସୋ ଆଇନରେ ବିଚାରାଧୀନ ଥିବା ମାମଲା ଗୁଡ଼ିକର ତଦାରଖ ପାଇଁ ଆବଶ୍ୟକ ହେଲେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ।

କାମ ଦେଉନି କଡ଼ା ଆଇନର ନାଲି ଆଖି। ବ୍ୟାଧି ପାଲଟିଲାଣି ଦୁଷ୍କର୍ମ ଭଳି କୁତ୍ସିତ ମାନସିକତା। ଗଲା ୨୪ ଘଣ୍ଟାରେ ରାଜ୍ୟରେ ପୁଣି ସାମ୍ନାକୁ ଆସିଛି ଦୁଇ ଦୁଇଟି ନାବାଳିକା ଦୁଷ୍କର୍ମ ଘଟଣା। ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଜଣେ ନାବାଳିକା ଶୌଚ ପାଇଁ ଯାଇଥିବାବେଳେ ହୋଇଥିଲା ଦୁଷ୍କର୍ମର ଶିକାର। ଝିଅଟି କାନ୍ଦି କାନ୍ଦି ଘରେ କହିବା ପରେ ପରିବାର ଲୋକେ ରାଜସୁନାଖଳା ଫାଣ୍ଡିରେ ଏତଲା ଦେଇଥିଲେ। ଅଭିଯୁକ୍ତ କାଠିଆ ନାଏକକୁ ପୋଲିସ ଖୋଜୁଛି।

ଅନ୍ୟ ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ। ଜଣେ ସମ୍ପର୍କୀୟ ନାବାଳିକା ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ହାତରେ ଧରାପଡିଛି ଭିଣୋଇ। ଏ ନେଇ ତାଳଚୁଆ ମେରାଇନ୍ ଥାନାରେ ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତ ଆକାଶ ଜେନାକୁ ଅଟକ ରଖି ପଚରାଉଚରା କରୁଛି।

ସେପଟେ ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା। ପୋକ୍ସୋ ଆକ୍ଟରେ ଶିଶୁ ଯୌନ ନିର୍ଯାତନା ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସବୁ ହାଇକୋର୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଏସବୁ ମାମଲାର ଯେପରି ତ୍ୱରିତ ବିଚାର ହୋଇପାରିବ। ସେଥିପ୍ରତି ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏପରିକି ଅଯଥାରେ ସମୟ ନଗଡ଼ାଇବାକୁ ତଳକୋର୍ଟମାନଙ୍କୁ ନିର୍ଦ୍ଦେଶ ଦେବେ ହାଇକୋର୍ଟ। ଆବଶ୍ୟକ ସ୍ଥଳେ ଶିଶୁ ଦୁଷ୍କର୍ମ ମାମଲାର ବିଚାର ପ୍ରକ୍ରିୟା ତଦାରଖ ପାଇଁ ୩ ଜଣିଆ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ, ହାଇକୋର୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାରା ଦେଶରେ ୧ଲକ୍ଷ ୧୨ ହଜାର ୬୨୮ଟି ଶିଶୁ ଯୌନ ନିର୍ଯାତନା ମାମଲା ବିଚାରାଧୀନ ରହିଛି। ସବୁଠୁ ଅଧିକ ୩୦ ହଜାର ୮୮୩ଟି ମାମଲା ଉତ୍ତର ପ୍ରଦେଶରେ ଥିବାବେଳେ ଓଡ଼ିଶାରେ ଏ ସଂଖ୍ୟା ୬ ହଜାର ୮ ୪୯ ରହିଛି।

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ୍‌: ୫ ଯୁବତୀ ଉଦ୍ଧାର, ୭ ଅଟକ

Wed May 2 , 2018
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ବିଶେଷ ସୂତ୍ରରୁ ସୂଚନା ପାଇଁ ବୁଧବାର କ୍ୟାପିଟାଲ ଥାନା ପୁଲିସ ରାଜମହଲ ନିକଟରେ ଥିବା ଏକ ବାର୍‌ ଉପରେ ଅଚାନକ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟଙ୍କାରେ ଲୋଭ ଦେଖାଇ ଦଲାଲମାନଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial