ହୀରାକୁଦର ୨୪ଟି ଗେଟ ଖୋଲା: ମଧ୍ୟମ ଧରଣର ବନ୍ୟା ଆଶଙ୍କା

hirakud-dam-2020

ଭୁବନେଶ୍ୱର : ମହାନଦୀ ଅବବାହିକାରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି। ଏହି ଡ୍ୟାମକୁ ୬ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ଜଳ। କେବଳ ଏତିକି ନୁହେଁ, ତଳମୁଣ୍ଡରେ ବି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳପ୍ରବାହ ବଢିଚାଲିଛି। ଏହା ମଧ୍ୟରୁ ବରମୁଳରେ ୬.୧୦ ଲକ୍ଷ, ମୁଣ୍ଡଳୀରେ ୭.୫୪ ଲକ୍ଷ, ଖଇରମାଳରେ ୯.୩୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। କେବଳ ଏତିକି ନୁହେଁ, ମହାନଦୀର ଉପନଦୀ ଇବ ଓ ତେଲ ନଦୀଦେଇ ପ୍ରବଳ ଜଳ ମହାନୀଦେର ପ୍ରବେଶ କରୁଛି। ଏହା ଫଳରେ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ବଢିଯାଇଛି।

Share Now:

Kalinga News Beuro

Next Post

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ୍‌ ଟେଷ୍ଟ, ୪ ଘଣ୍ଟାରେ ୧୨୬ ପ୍ରଶ୍ନ

Fri Aug 28 , 2020
କେବେ ଜେରା ହେବେ ଓଏଏସ୍‌ ଅଫିସର ବିକାଶ ମହାପାତ୍ର…? ଭୁବନେଶ୍ବର: ଜୁଲାଇ ୬ତାରିଖ ରାତିରେ ପତି-ପତ୍ନୀଙ୍କ ମଧ୍ୟରେ କ’ଣ ଘଟିଥିଲା? ଏମିତି କିଛି ଘଟିଥିଲା କି ଯାହାକୁ ନେଇ ଆଦିତ୍ୟ ଆତ୍ମହତ୍ୟା କରିବେ? ନା ଆଦିତ୍ୟଙ୍କୁ କେହି ମାରି ଦେଇଥିବା ସନ୍ଦେହ ହେଉଛି? ଏମିତି କ’ଣ ହେଇଥିଲା ଯେ ଦୀର୍ଘ ଦିନ ଧରି ପୁଅ-ବୋହୂଙ୍କ ପାଖରେ ରହି ଆସୁଥିବା ବାପା ମା’ ଗାଁକୁ ଚାଲି ଯାଇଥିଲେ? ମାନବପ୍ରେମୀ ଆଦିତ୍ୟ ସୁନ୍ଦର […]
ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial