ଜାରି ରହିଛି ଶୀତ ଲହରି: ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର

୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର-1

ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଆଜି ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ଜଣାଯାଇଛି। ସେମିଳିଗୁଡ଼ାରେ ୨ ଡିଗ୍ରି ତାପମାନ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ରାଉରକେଲାଠାରେ ୬.୪ ଡିଗ୍ରି, ସୁନ୍ଦରଗଡ଼ରେ ୬.୫, ଜି. ଉଦୟଗିରିରେ ୪.୬ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ ଡିଗ୍ରି, ଫୁଲବାଣୀରେ ୫, ସୋନପୁରରେ ୮.୫, ହୀରାକୁଦରେ ୯.୬, ଭବାନୀପାଟଣାରେ ୭.୨, ଦାରିଙ୍ଗିବାଡ଼ିରେ ୬.୭, ଅନୁଗୁଳରେ ୮.୬, ସମ୍ବଲପୁରରେ ୯.୩, ନବରଙ୍ଗପୁରରେ ୯, ରାଣିତାଲରେ ୯.୪, ଭଦ୍ରକରେ ୯.୫ ଓ କୋରାପୁଟରେ ୬.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।
ଆସନ୍ତାକାଲି ଯାଏ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରି ଜାରି ରହିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଯଦିଓ ଏହି ସମୟରେ ଶୀତ ସହନୀୟ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବାହାରକୁ ନବାହାରିବା ଭଲ। ରାତି ଓ ପାହାନ୍ତା ସମୟରେ ଶୀତକୁ ନ ବାହାରିବାକୁ ତଥା ଗୃହପାଳିତ ପଶୁଙ୍କୁ ଖୋଲାରେ ନ ରଖି ଆବଶ୍ୟକୀୟ ଗୃହରେ ରଖିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Share Now:

Kalinga News Beuro

Next Post

ଢାଙ୍ଗ୍‌ରୀ ଆତଙ୍କବାଦୀ ଆକ୍ରମଣକାରୀଙ୍କ ଉପରେ ସେନାର ଚଢ଼ାଉ : ୨ ଆତଙ୍କବାଦୀ ନିହତ

Sun Jan 8 , 2023
ଶ୍ରୀନଗର: ଢାଙ୍ଗ୍‌ରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ନିମନ୍ତେ ଜମ୍ମୁ ଓ କଶ୍ମୀରର ମେଣ୍ଢର୍‌ ତହସିଲ୍‌ ଅନ୍ତର୍ଗତ ବାଲାକୋଟ୍‌ରେ ଭାରତୀୟ ସେନା ଚଢ଼ଉ କରିବା ବେଳେ ଶନିବାର ସନ୍ଧ୍ୟାରେ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇ ଆତଙ୍କବାଦୀ ନିରୋଧୀ ଅଭିଯାନ ଚାଲିଥିବା କଥା ସେନା କହିଛି। ଦୁଇ ଦିନ ତଳେ ରାଜୌରୀ ଅନ୍ତର୍ଗତ ଢାଙ୍ଗରୀ ଗ୍ରାମରେ ସଂଗଠିତ ଦୁଇଟି ଆତଙ୍କବାଦୀ ଆକ୍ରମଣରେ ପିଲାଙ୍କ ସମେତ […]
୨ ଆତଙ୍କବାଦୀ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial