ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ୍‌: ୫ ଯୁବତୀ ଉଦ୍ଧାର, ୭ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ବିଶେଷ ସୂତ୍ରରୁ ସୂଚନା ପାଇଁ ବୁଧବାର କ୍ୟାପିଟାଲ ଥାନା ପୁଲିସ ରାଜମହଲ ନିକଟରେ ଥିବା ଏକ ବାର୍‌ ଉପରେ ଅଚାନକ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଟଙ୍କାରେ ଲୋଭ ଦେଖାଇ ଦଲାଲମାନଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଅଣାଯାଇ ଏଠାରେ ଦେହ ବ୍ୟବସାୟ କରାଯାଉଥିବା ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ଯୋଜନା ମୁତାବକ ବାର୍‌ ଉପରେ କିଛି ଦିନ ହେଲା ନଜର ରଖିଥିଲା। ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ଟିମ ପହଞ୍ଚି ଥିଲା। ଚଢ଼ାଉ ସମୟରେ ପୁଲିସ ବାର୍‌ ଭିତରୁ ଅନେକ ସାମଗ୍ରୀ ଜବତ କରିଛି।
ସୂଚନାଯୋଗ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଅନେକ ସମୟରେ ଦେହଜୀବୀମାନଙ୍କୁ ଉଦ୍ଧାର କରାଯାଉଛି। ଏହି ବ୍ୟବସାୟ ସହିତ ଜଡ଼ିତ ଅସାମାଜିକ ବ୍ୟଙ୍କିମାନଙ୍କୁ ଗିରଫ କରାଯାଉଛି। ତଥାପି ଏହି ବ୍ୟବସାୟରେ ଯୁବତୀମାନେ ଫସି ଯାଉଛନ୍ତି।

Share Now:

Kalinga News Beuro

Leave a Reply

Next Post

ରେଳ ସେବାର ଅସଲ ଚିତ୍ର : ଯାତ୍ରୀଙ୍କ ଲାଗି ଚା’ କରିବା ପାଇଁ ରେଳ ଶୌଚାଳୟରୁ ପାଣି ଆଣୁଥିବାର ଭିଡ଼ିଓ ଭାଇରାଲ

Wed May 2 , 2018
ନୂଆଦିଲ୍ଲୀ : ପୂର୍ବରୁ ଅନେକ ଥର ରେଳରେ ଉପଲବ୍ଧ ହେଉଥିବା ସେବାକୁ ନେଇ ଯାତ୍ରୀମାନେ ଅଭିଯୋଗ ଆଣି ସାରିଛନ୍ତିା କେବେ ଖାଇବାକୁ ନେଇ ତ କେବେ ରେଳରେ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ । ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏବେ ପୁଣି ଏକ ରେଳ ସେବାରେ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି । Indian […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial