ଚାକିରି ଯିବା ପରେ ଡିଜିଟାଲ ଟେକନୋଲୋଜିରେ ଭିକ ମାଗୁଛନ୍ତି ଏହି ବୃଦ୍ଧ

ଡିଜିଟାଲ ଟେକନୋଲୋଜିରେ ଭିକ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଆମ ଦୁନିଆକୁ ବହୁତ ଶୀଘ୍ର ବଦଳାଇ ଦେଇଛି। ପୂର୍ବରୁ କିଛି କାମ କରିବା ପାଇଁ ଆମକୁ ଅନେକ ସମୟ ଲାଗିଥାଏ। କିନ୍ତୁ ଆଜିକାଲି ଅନେକ କାମ ଫୋନ ଦ୍ବାରା କିଛି ମିନିଟ ଭିତରେ ହୋଇଯାଉଛି। ତେବେ ଏହି ଡିଜିଟାଲ ଯୁଗରେ ଡିଜିଟାଲ ଭିକାରିଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ରାସ୍ତପାର୍ଶ୍ବରେ ହେଉ କିମ୍ବା ବସଷ୍ଟାଣ୍ଡ କି ରେଳ‌ଷ୍ଟେସନରେ ଭିକାରିଙ୍କୁ ଭିକ ମାଗୁଥିବା ଦେଖିବାକୁ ମିଳିଛି। ତେବେ ଅନେକ ଲୋକ ଖୁଚୁରା ନଥିବା କହି ଭିକାରିଙ୍କୁ ଭିକ ନଦେଇ ଚାଲି ଯାଇଥାଆନ୍ତି। କିନ୍ତୁ ଏଣିକି ଡିଜିଟାଲ ଭିକାରିଙ୍କ କ୍ଷେତ୍ରରେ ଆଉ ଏହି ବାହାନା ଚଳିବ ନାହିଁ। ଛିନ୍ଦୱାଡା ସହରର ରାସ୍ତାରେ ହେମନ୍ତ ସୂର୍ଯ୍ୟବଂଶୀ ନାମକ ଜଣେ ବ୍ୟକ୍ତି ତାଙ୍କ ହାତରେ ଡିଜିଟାଲ୍ ନେଣଦେଣର ବାର୍ କୋଡ୍ ନେଇ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଛି। ସେ ଭିକ ମାଗୁଥିବା ବେଳେ ଯଦି ତାଙ୍କୁ କେହି କହନ୍ତି ଖୁଚୁରା ନାହିଁ। ସେ ସଙ୍ଗେସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ କହି ଥାଆନ୍ତି ଖୁଚୁରା ନଥିଲେ କ’ଣ ହେଲା ଯାହା ଦେବାକୁ ଚାହୁଁଛ ଏହି ବାରକୋଡ ସ୍କାନ କରି କରିଦିଅ। ତେବେ ହେମନ୍ତ ସୂର୍ଯ୍ୟବଂଶୀ ଚାକିରି ହରାଇବା ପରେ ଅର୍ଥ ଅଭାବରୁ ଏହି ଡିଜିଟାଲ ଟେକନୋଲୋଜିି ଜରିଆରେ ଭିକ ମାଗୁଥିବା କୁହାଯାଉଛି।

Share Now:

Kalinga News Beuro

Next Post

ନାଳରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ : ପ୍ରେମିକ ତହସିଲଦାର ଗିରଫ

Sun Feb 20 , 2022
ଲଖନଉ: ବିବାହ ପାଇଁ ବାଧ୍ୟ କରିବାରୁ ମହିଳା କନେଷ୍ଟବଳଙ୍କୁ ହତ୍ୟା କଲେ ତହସିଲଦାର। ଆଉ ପୁଲିସ ଏହି ଘଟଣାରେ ତହସିଲଦାରଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ଲଖନଉର ମାତି ନାଳରୁ ଗୁରୁବାର ଏକ ମୃତଦେହ ମିଳିଥିଲା। ଏହି ମୃତଦେହ ନିଖୋଜ ମହିଳା କନଷ୍ଟେବଳ ରୁଚି ସିଂଙ୍କର ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଆଉ ଏହି ଘଟଣାରେ ପୁଲିସ ପ୍ରତାପଗଡର ରାନିଗଞ୍ଜର ତହସିଲଦାରଙ୍କ ସହ ଦୁଇଜଣଙ୍କୁ […]
ନାଳରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial