ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର୍

ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର୍

ବାଲିଗୁଡ଼ା : କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର୍ ଲଗାଯାଇଛି। ବାଲିଗୁଡ଼ା ଥାନା ଅଧୀନ ନକ୍ସଲପ୍ରବଣ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲାଗିଥିବା ଏହି ମାଓ ବିରୋଧୀ ପୋଷ୍ଟର୍‌ରେ ଆଇଏନ୍‌ପିପିଏଫ୍‌ ଜିଲ୍ଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜାଲଗୁ ହିଂସା କେଉଁ ଅଧିକାରରେ ଓ କଣ ପାଇଁ କରାଯାଇଛି ବୋଲି ଆଇଏନ୍‌ପିପିଏଫ୍‌ ପ୍ରଶ୍ନ ଉଠାଇଛି। ପୋଷ୍ଟରରେ ସଂଗଠନ ପକ୍ଷରୁ ଲେଖାଯାଇଛି ‌ଯେ କଞ୍ଜାଲଗୁ ହିଂସାକୁ ଆମେ ବିରୋଧ କରୁଛୁ ଓ ନିନ୍ଦା କରୁଛୁ। ଆଦିବାସୀ ବିକାଶ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡ଼ିବ। ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି ଆଇଏନ୍‌ପିପିଏଫ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

Share Now:

Kalinga News Beuro

Next Post

ଖୁବଶୀଘ୍ର ଘୋଷଣା ହେବ କୋଭିଡ୍‌ ସହାୟତା ପ୍ୟାକେଜ୍‌

Tue Aug 25 , 2020
ଭୁବନେଶ୍ୱର : କରୋନା ପ୍ରଭାବରେ ରାଜ୍ୟରେ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ବାହାର ରାଜ୍ୟରୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ଓଡ଼ିଆ ଶ୍ରମିକ କାମଧନ୍ଦା ଆଶାରେ ଚାହିଁ ବସିଛି। କ୍ଷୁଦ୍ର ବ୍ୟବସାୟୀ, ଖୁଚୁରା ବେପାରୀ, ଅଣୁ ଶିଳ୍ପଗୁଡ଼ିକ ମଧ୍ୟ ପୁଞ୍ଜି ଅଭାବରୁ ହାତବାନ୍ଧି ବସିଛନ୍ତି। ଦିନକୁ ଦିନ ଲୋକଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ସଜାଡ଼ିବା ସହିତ ଲୋକଙ୍କୁ ରୋଜଗାର ଦେବା […]
କରୋନା ପ୍ରଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial