ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲା ପାଙ୍ଗା ଗ୍ରାମରେ ଆଜି ସକାଳୁ ଜଣେ ବିବାହିତ ମହିଳାଙ୍କ ମୃତଦେହ କୂଅ ଭିତରେ ପଡ଼ିଥିବା ଦେଖି ଗ୍ରାମବାସୀ ରାଇକିଆ ପୁଲିସ ଥାନାକୁ ସୂଚନା ଦେଇଥିଲେ। ରାଇକିଆ ଦମକଳ ବାହିନୀ ସହାୟତାରେ ମହିଳାଙ୍କୁ ଉଦ୍ଧାର ପରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ବେଲପଙ୍ଗା ଗ୍ରାମର ଜଉରା ପ୍ରଧାନ( ୨୩), ଗରିଡିଙ୍ଗିଆ ଗ୍ରାମର ସ୍ନେହଲତା ପ୍ରଧାନ (୨୨)ଙ୍କୁ ୭ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ମଝିରେ ମଝିରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଛୁଆ ପିଲା ପାଇଁ ପାଟିତୁଣ୍ଡ ହେଉଥିଲା। ଜ୍ୱାଇଁ-ଝିଅଙ୍କ ମାଡ଼ଗୋଳ ପରେ ଝିଅ ବାପାଙ୍କ ଘରକୁ ଯାଏ। ଆପୋଷ ବୁଝାମଣା ପରେ ଝିଅ ସ୍ୱାମୀଙ୍କ ପାଖକୁ ଆସେ।
ବିବାହ ସମୟରେ ଝିଅ ଘର ପୁଅକୁ ଏକ ବାଇକ୍ ଓ ନଗଦ ୩ ଲକ୍ଷ ଟଙ୍କା ଘର ତିଆରି କରିବାକୁ ଦେଇଥିଲେ। କିନ୍ତୁ ବିବାହର ବହୁ ଦିନ ପରେ ପିଲା ପିଲି ନ ହେବାରୁ ଆରମ୍ଭ ହେଲା ନିର୍ଯାତନା। ଝିଅର ବାପା ବାମଦେବ ଅଭିଯୋଗ କରିଛନ୍ତି ଯେ, ପୁଅର ଅନ୍ୟ କୌଣସି ଝିଅ ସହିତ ଅନୈତିକ ସମ୍ପର୍କ ଅଛି। ଏନେଇ ସେ ନେଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଇଆଇସି ଶ୍ରୀକାନ୍ତ ଖମାରି ଘଟଣାର ଅଧିକ ତଦନ୍ତ କରୁଥିବା କହିଛନ୍ତି।
କୂଅ ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
Share Now: