ନୂଆଦିଲ୍ଲୀ : ରାଜ୍ୟସଭାରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତି ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କ ଦୁର୍ବ୍ୟବହାରକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ସେନଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟସଭାରେ ବୈଷ୍ଣବ ବହୁଚର୍ଚ୍ଚିତ ପେଗାସସ୍ ପ୍ରକଳ୍ପ ରିପୋର୍ଟ ସମ୍ପର୍କରେ ବକ୍ତବ୍ୟ ରଖୁଥିବାବେଳେ ତୃଣମୂଳ କଂଗ୍ରେସ ସାଂସାଦ ଶାନ୍ତନୁ ସେନ ବୈଷ୍ଣବଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ହାତରେ ଥିବା କାଗଜକୁ ଛଡ଼ାଇଆଣି ଚିରିଦେଇଥିଲେ। ଏହଫଳରେ ବୈଷ୍ଣବ ନିଜର ବକ୍ତବ୍ୟ ରଖିପାରିନଥିଲେ। ଏହାପରେ ଉପାଧ୍ୟକ୍ଷ ହରିବଂଶ ରାଜ୍ୟସଭାକୁ ମୁଲତବୀ କରିଦେଇଥିଲେ। ଏହା ସତ୍ତ୍ୱେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ଏହି ବିଶୃଙ୍ଖଳିତ ଆଚରଣ ନିମନ୍ତେ ସେନଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ମନ୍ତ୍ରୀଙ୍କ କାଗଜ ଚିରିଥିବା ଟିଏମସି ସାଂସଦଙ୍କ ନିଲମ୍ବନ ପାଇଁ ଦାବି କରିବେ କେନ୍ଦ୍ର ସରକାର

Share Now: