ପଞ୍ଜାବ କଂଗ୍ରେସରେ ପୁଣି କନ୍ଦଳ : କଂଗ୍ରେସରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା

ନବଜୋତ ସିଂ ସିଦ୍ଧୁ

କ୍ୟାବିନେଟ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି

ଚଣ୍ଡୀଗଡ଼: ପଞ୍ଜାବରେ ଏବେ ପୁଣି ଦେଖାଦେଇଛି ସଙ୍କଟ। ପଞ୍ଜାବ କଂଗ୍ରେସରେ ପୁଣି ଆରମ୍ଭ ହୋଇଛି କନ୍ଦଳ। କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହାର ଅନ୍ତ ଘଟିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ଗତକାଲି ପଞ୍ଜାବ କଂଗ୍ରେସ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ଏବେ ପୁଣି ଥରେ ପଞ୍ଜାବ କଂଗ୍ରେସ ଭୁଶୁଡିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କ୍ୟାବିନେଟ ବୈଠକ ଡକାଇଛନ୍ତି। ଅନ୍ୟପକ୍ଷରେ ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେ କହିଛନ୍ତି ଯେ, ଚନ୍ନିଙ୍କୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିଲେ ସିଦ୍ଧୁ। କିନ୍ତୁ କୌଣସି ମୁଖ୍ୟମନ୍ତ୍ରୀ ଏହା ସହ୍ୟ କରିବେ ନାହିଁ। ରାଜ୍ୟ ଚଳାଇବା ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ଛାଡ ଦିଆଯିବା ଉଚିତ୍। ଯଦି ସିଦ୍ଧୁ ଭାବିବେ ଯେ ସେ ଚନ୍ନିଙ୍କ ମାଧ୍ୟମରେ ସରକାର ଚଳାଇବେ, ତେବେ ଏଭଳି ହେବା ସ୍ୱାଭାବିକ। ମୁଁ ଇସ୍ତଫା ପତ୍ର ଦେଖିଲି। ମୁଁ ଜାଣିବାକୁ ପାଇଲି ଯେ, ସେ ଅନ୍ୟ ଦଳ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି।

Share Now:

Kalinga News Beuro

Next Post

ଆଜି ପିପିଲି ଉପନିର୍ବାଚନ: ନିର୍ଣ୍ଣୟ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

Thu Sep 30 , 2021
୩୪୮ ବୁଥ୍‌ରେ ୨.୩୦ ଲକ୍ଷ ମତଦାତା, ଜଗିବେ ୨ ହଜାର ସୁରକ୍ଷା କର୍ମୀ ପୁରୀ : ଦୁଇ ଦୁଇଥର ବାତିଲ୍‌ ହେବାପରେ ଆଜି ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସମୁଦାୟ ୨ ଲକ୍ଷ ୩୦ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ […]
ପିପିଲି ଉପନିର୍ବାଚନ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial