ବିଜେଡି ସହ ହେବ ମୁହାଁମୁହିଁ ଲଢେଇ – ବିରୋଧୀ ଦଳ ନେତା ଜୟନାରାୟଣ

ଭୁବନେଶ୍ୱର: ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ। କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ। ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ। କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍ ହେବ। ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ସମ୍ପର୍କ ନାହିଁ। ଯେହେତୁ କଂଗ୍ରେସ ଏବେ ମୈଦାନରେ ନାହିଁ ତେଣୁ ୫୦% ଭୋଟ ଉପରେ ବିଜେପିର ଫୋକସ ରହିବ ବୋଲି କହିଛନ୍ତି ଜୟନାରାୟଣ। ଏନେଇ ପଦାଧିକାରୀ ବୈଠକରେ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜୟନାରାୟଣ।
ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ। ଯାହା ଦ୍ୱନ୍ଦ୍ୱ ଥିଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି। ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଣ୍ଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ରୀ ଦେଇଥିବା ସେ କହିଛନ୍ତି। ତେବେ କୌଣସି ପରିସ୍ଥିତିରେ ବଜେଡି ସହ ସାଲିସ କରିବ ନାହିଁ। ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେଡି ସହ ବିଜେପିର ଲଢେଇ ହେବ।

Share Now:

Kalinga News Beuro

Next Post

ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି : ଅରୁଣ ଷଡ଼ଙ୍ଗୀଙ୍କୁ ଡିଜିପି ଅତିରିକ୍ତ ଦାୟିତ୍ୱ

Sat Dec 30 , 2023
ଭୁବନେଶ୍ୱର : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି। ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟର ଡିଜିପି ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial