ଭୁବନେଶ୍ୱର: ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ? ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ନରସିଂହ ମିଶ୍ର, ଶରତ ରାଉତ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀଙ୍କ ନାଁ ସଭାପତି ରେସ ଆଗରେ ରହିଛି। ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ସୁର ପ୍ରତିକ୍ରିୟା ଦେଇଛନ୍ତି। ସେହିପରି ପିସିସି ପରିବର୍ତ୍ତନ ଚର୍ଚ୍ଚା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି ଓ ଅଭିଜ୍ଞତାକୁ ଦେଖି ନେତୃତ୍ୱ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ସ୍ଥିତିକୁ ଦେଖି ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି ବିରୋଧୀ ଦଳର ଭଲ ଭାବେ ମୁକାବିଲା କରିବା ପାଇଁ ଜଣେ ଦକ୍ଷ ନେତାଙ୍କର ଆବଶ୍ୟକତା ଥିବା କହିଛନ୍ତି ଶରତ ରାଉତ।
Share Now: