୨୬ରେ ଧାମନଗର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସଭା

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସହକାରିତାମନ୍ତ୍ରୀ ଅମିତ ଶାହ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଭଦ୍ରକ ଜିଲ୍ଲା ଆରଡ଼ିଠାରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ଏହାପରେ ଧାମନଗର ବିଧାନସବା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡ଼ିଆରେ ସେ ବିରାଟ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ସେଠାରେ ବିଜେପିର କର୍ମୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ଗୃହମନ୍ତ୍ରୀ। ଏହାପରେ ଭୁବନେଶ୍ୱର ଆସି ଶ୍ରୀ ଶାହ ଦଳର ବରିଷ୍ଠ ନେତୃବୃନ୍ଦ, ସମସ୍ତ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସେହିଦିନ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

ବନ୍ଦ ହୋଇଗଲା ଆମେରିକାର ବୃହତ୍ ବ୍ୟାଙ୍କ : ଆସିପାରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା

Sat Mar 11 , 2023
ନୂଆଦିଲ୍ଲୀ: ଆମେରିକାରେ ପୁଣି ଆର୍ଥିକ ସଂକଟର ସଂକେତ ଦେଖାଦେଇଛି। ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିପି)କୁ ବନ୍ଦ କରିବା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ କବଳିତ କରିବାର ଆଶଙ୍କା ବଢିଯାଇଛି। ଏହି ଖବର ଆସିବା ମାତ୍ରେ ଭାରତ ସମେତ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି ଓ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା […]
ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିପି)କୁ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial