ରାଜ୍ୟସଭାରେ ଗୁଲାମ ନବିଙ୍କ ସ୍ଥାନ ନେବେ ମଲ୍ଲିକାର୍ଜୁନ ଖଡ଼ଗେ

ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ଗୁଲାମ ନବି ଆଜାଦ୍‌ ବିଦାୟ ନେବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ ପତ୍ର ଲେଖିଛି କଂଗ୍ରେସ। ବିରୋଧୀଦଳ ନେତା ନିମନ୍ତେ ରାଜ୍ୟସଭାର ତିନିଜଣ ସମ୍ଭାବ୍ୟ- ଆନନ୍ଦ ଶର୍ମା, ଦିଗ୍‌ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରୁ କଂଗ୍ରେସ ଖଡ଼ଗେଙ୍କୁ ଚୟନ କରିଛି। ୭୮ ବର୍ଷିୟ କର୍ଣ୍ଣାଟକର ଦଳିତ ନେତା ଖଡ଼ଗେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ନେତା ଥିଲେ। ପୂର୍ବ ଏବଂ ଚଳିତ ଲୋକସଭାରେ ସମୁଦାୟ ଆସନ ସଂଖ୍ୟାର ୧୦% ଜନାଦେଶ ପାଇ ନ ଥିବାରୁ କଂଗ୍ରେସ ନିମ୍ନ ସଦନରେ ବିରୋଧୀ ଦଳ ନେତା ପଦବୀ ପାଇବାରୁ ବଞ୍ଚିତ ହୋଇଛି। ପୂର୍ବରୁ କ୍ରମାଗତ ୯ଥର ବିଧାନସଭା ଆସନରେ ବିଜୟୀ ହୋଇଥିବା ଖଡ଼ଗେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଗୁଲ୍‌ବର୍ଗା ଆସନରୁ ଉମେଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ତାଙ୍କୁ କଂଗ୍ରେସର ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଥିଲା। ଜୁନ୍‌ ୨୦୨୦ରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

Share Now:

Kalinga News Beuro

Next Post

ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ମୃତ, ଅନେକ ଆହତ

Fri Feb 12 , 2021
ନୂଆଦିଲ୍ଲୀ: ତାମିଲନାଡୁର ଭୀରୁଧୁନଗରରେ ଶୁକ୍ରାବାର ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ରୁ ଅଧିକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଆହତମାନଙ୍କୁ ସିଭାକାସି ସରକାରୀ ଡାକ୍ତରଖାନାରେ […]
ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial