ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ମୃତ, ଅନେକ ଆହତ

ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ତାମିଲନାଡୁର ଭୀରୁଧୁନଗରରେ ଶୁକ୍ରାବାର ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ରୁ ଅଧିକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଆହତମାନଙ୍କୁ ସିଭାକାସି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଣ ତିଆରି କରିବା ପାଇଁ କିଛି ରାସାୟନିକ ପଦାର୍ଥ ମିଶ୍ରିତ ହେଉଥିବା ବେଳେ ଏହି ଘଟଣା ଘଟିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବିଭିନ୍ନ ସ୍ଥାନରୁ ଦଶଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

Share Now:

Kalinga News Beuro

Next Post

ଶିଶୁପାଳଗଡ଼ ପୁନରୁଦ୍ଧାର ସର୍ଭେକୁ ବର୍ଷେ : ହାଇକୋର୍ଟରେ କି ଜବାବ ରଖିବ ଏଏସ୍ଆଇ?

Fri Feb 12 , 2021
ପୁରୁଣା ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାର ମିଶି ଶିଶୁପାଳଗଡ଼ର ହୃତ ଗୌରବ ଫେରାଇବା ଉଦ୍ୟମ କରିଥିଲେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ଏଏସ୍‌ଆଇ ଅଧିକାରୀଙ୍କ ମଧ୍ୟରେ ଠିକ୍‌ ବର୍ଷକ ପୂର୍ବରୁ ଆଲୋଚନା ହୋଇଥିଲା। ଏମିତିକି ସର୍ଭେ କାମ ମଧ୍ୟ ସରିଥିଲା। ମାତ୍ର ପୁନରୁଦ୍ଧାର ସେମିତି ଫାଇଲ୍‌ରେ ବନ୍ଦ ହୋଇ ରହିଲା। ଏନେଇ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଶିଶୁପାଳଗଡ଼ର ବର୍ତ୍ତମାନ ସ୍ଥିତି ଜାଣିବାକୁ କୋର୍ଟ ସରକାରଙ୍କୁ […]
ଶିଶୁପାଳଗଡ଼ ପୁନରୁଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial