ରାହୁଲଙ୍କ ବୟାନକୁ ନେଇ କଂଗ୍ରେସରେ ଅଶାନ୍ତି

ରାହୁଲଙ୍କ ବୟାନକୁ ନେଇ କଂଗ୍ରେସରେ ଅଶାନ୍ତି

ସିନିଅର-ଜୁନିଅର ଲଢ଼େଇକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଥମେ ମଧ୍ୟ ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏବେ ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ କଂଗ୍ରେସକୁ ଯେତେ ଅଡ଼ୁଆରେ ପକାଇଥିଲା କଂଗ୍ରେସ ପାଇଁ ତାହାଠରୁ ଅଧିକ ଅପ୍ରୀତିକର ପରିସ୍ଥିିତି ସୃଷ୍ଟି କରିଛି ରାହୁଲଙ୍କ ମନ୍ତବ୍ୟ। ଚୀନ ସମ୍ପର୍କରେ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଯାଇ ରାହୁଲ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ତାଙ୍କ ଦଳ ଭିତରେ ରହିଥିବା ମତଭେଦକୁ ପଦାରେ ପକାଇ ଦେଇଛି। ଦଳ ଭିତରେ ଜୁନିଅର ଏବଂ ସିନିଅର ନେତାମାନଙ୍କ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ଏହି ମହଲର ମତ ହେଉଛି ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ସିନିଅର ଟିମର ନେତାମାନେ ରାହୁଲଙ୍କ ଜୁନିଅର ଟିମକୁ ଠିକ୍ ଭାବେ କାମ କରି ଦେଉ ନାହାନ୍ତି। ଫଳରେ ଜୁନିଅର ନେତାମାନେ ବିଦ୍ରୋହ କରିବା ଅ‌ାରମ୍ଭ କରିଦେଇଛନ୍ତି। ଭାରତ-ଚୀନ୍‌ ସୀମା ବିବାଦକୁ ନେଇ ରାହୁଲଙ୍କ ବୟାନ ଆଜି ଏଭଳି ଆଲୋଚନାକୁ ଖୋରାକ ଯୋଗାଇଛି। ଆଜି ମଧ୍ୟ ରାହୁଲ ଭାରତ-ଚୀନ୍‌ ସୀମା ବିବାଦ ପ୍ରସଙ୍ଗ‌ରେ ଏକ ଭିଡିଓ ପୋଷ୍ଟ୍‌ କରିବା ସହ କହିଛନ୍ତି ଯେ ତାଙ୍କ ରାଜ‌ୈନତିକ ଭବିଷ୍ୟତ ନଷ୍ଟ ହୋଇଗଲେ ମଧ୍ୟ ସେ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ବଦଳାଇବେନି। ଭାରତୀୟ ଅଞ୍ଚଳର ସୁରକ୍ଷା ପାଇଁ ମୋ ରାଜନୈତିକ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ମଧ୍ୟ ସତ୍ୟ ଉପସ୍ଥାପନ କରି ଚାଲିବି। ତାଙ୍କର ଏହି ବୟାନ ସୋନିଆ ସମର୍ଥକଙ୍କୁ କ୍ଷୁବ୍ଧ କରିଛି। ଜଣେ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ରାହୁଲଙ୍କ ଆଭିମୁଖ୍ୟ ଏବେ ପ୍ରଶ୍ନବାଚୀ ଘେରରେ ରହିଛି। ସେ ଆମ ସହିତ କଥା ହୁଅନ୍ତି ନାହିଁ ଏବଂ ତାଙ୍କୁ କେଉଁମାନେ ଉପଦେଶ ଦିଅନ୍ତି ଆମେ ଜାଣୁନାହୁଁ। ରାହୁଲ ଭାବୁଛନ୍ତି ଯେ ଆମେମାନେ ଅଦରକାରୀ।
ଗୋଟିଏ ପଟେ ରାହୁଲଙ୍କ ଟ୍ବିଟ୍‌କୁ ନେଇ କଂଗ୍ରେସରେ ଏଭଳି ଦ୍ଵନ୍ଦ ଏବଂ ମତ ପାର୍ଥକ୍ୟ ଦେଖିବାକୁ ମିଳିଥିବାବେ‌ଳେ ଅନ୍ୟପଟେ ବିଜେପି ପାଇଁ ଏହା ମଉକା ସୃଷ୍ଟି କରିଛି। ବିଜେପି ନେତା ଜିଭିଏଲ୍‌ ନରସିଂହ ରାଓ ରାହୁଲଙ୍କ ଭିଡିଓ ଟ୍ବିଟ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ” ଆପଣଙ୍କ ରାଜ‌ନୈତିକ କ୍ୟାରିୟର ଆରମ୍ଭରୁ ହିଁ ଶେଷ ହୋଇଯାଇଛି। ଦେଶର ଜନତା ଆପଣଙ୍କ ଭିତରେ କୌଣସି ନେତାଙ୍କୁ ଦେଖିପାରୁନାହାନ୍ତି। ୨୦୧୯ରେ ହିଁ ଆପଣଙ୍କ ରାଜନୈତିକ ଭବିଷ୍ୟତ ଶେଷ ହୋଇଯାଇଛି ଏବଂ ଆପଣ ଏବେ କଂଗ୍ରେସର ଭବିଷ୍ୟତକୁ ନଷ୍ଟ କରିବାପାଇଁ ସଂକଳ୍ପ ନେଇଛନ୍ତି”। ‘ଆଜି ରାହୁଲ ୧ ମିନିଟ୍‌ ୨୦ ସେକେଣ୍ଡ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିବାପରେ ଏହାକୁ ନେଇ ରାହୁଲ ଏବଂ ସୋନିଆ ସମର୍ଥକଙ୍କ ମଧ୍ୟରେ ବିଭେଦ ସ୍ପଷ୍ଟ ହୋଇଯାଇଛି।

Share Now:

Kalinga News Beuro

Next Post

୩ ହଜାର ଲାଞ୍ଚ ନେଇ ଗିରଫ ହେଲେ ଆର ଆଇ

Tue Jul 28 , 2020
ଚାନ୍ଦବାଲି : ଚାନ୍ଦବାଲି ଓସ୍ତିଆ ପଂଚାୟତ ପଣସପଡା ଗାଁର କିଶୋରେ ପଣ୍ଡାଙ୍କ ଠାରୁ ଚାନ୍ଦବାଲି ଆର ଆଇ ସୁବ୍ରତ ମଲିକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଶ୍ରୀ ମଲିକ ଅଭିଯୋଗକାରୀ ଶ୍ରୀ ପଣ୍ଡାଙ୍କ ଜମିବାଡ଼ିର ଲିଗାଲ ହେୟାର କରାଇଦେବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ପଣ୍ଡା ଏତେ ଟଙ୍କା ଦେଇନପାରି ଭଦ୍ରକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ […]
R I Arrested (1)

ଆହୁରି ପଢ଼ନ୍ତୁ