୩ ହଜାର ଲାଞ୍ଚ ନେଇ ଗିରଫ ହେଲେ ଆର ଆଇ

R I Arrested (1)

ଚାନ୍ଦବାଲି : ଚାନ୍ଦବାଲି ଓସ୍ତିଆ ପଂଚାୟତ ପଣସପଡା ଗାଁର କିଶୋରେ ପଣ୍ଡାଙ୍କ ଠାରୁ ଚାନ୍ଦବାଲି ଆର ଆଇ ସୁବ୍ରତ ମଲିକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଶ୍ରୀ ମଲିକ ଅଭିଯୋଗକାରୀ ଶ୍ରୀ ପଣ୍ଡାଙ୍କ ଜମିବାଡ଼ିର ଲିଗାଲ ହେୟାର କରାଇଦେବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ପଣ୍ଡା ଏତେ ଟଙ୍କା ଦେଇନପାରି ଭଦ୍ରକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଟିମ ଏହାପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସୁଚିନ୍ତିତ ଉପାୟ କରିଥିଲେ। ସେହି ଅନୁସାରେ ଅଭିଯୋଗକାରୀ ଶ୍ରୀ ପଣ୍ଡାଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଚଢ଼ଉକରି ଆରଆଇଙ୍କୁ ଧରିଥିଲେ।ପରେ ଭିଜିଲାନ୍ସ ଟିମ ଅଧିକ ତଦନ୍ତ ପାଇଁ ଆର ଆଇଙ୍କୁ ଗିରଫ କରି ଭଦ୍ରକ ନେଇଛନ୍ତି ।

Share Now:

Kalinga News Beuro

Next Post

ପୁନାସିଆ ଗାଁ ଲୋକଙ୍କ ସବୁଜ ମିସନ ସଫଳ

Wed Jul 29 , 2020
୧୭ ବର୍ଷ ପରିଶ୍ରମରେ ସବୁଜିମା ଲେଉଟିଲା, ରାତାରାତି ଲଣ୍ଡା କରିଦେଇଥିଲେ କାଠମାଫିଆ ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ପୁନାସିଆ ଗାଁକୁ ଲାଗିରହିଛି ପାଖାପାଖି ୮୦ ହେକ୍ଟର ପରିସୀମା ପରିବ୍ୟାପ୍ତ ଗ୍ରାମ୍ୟ ଜଙ୍ଗଲ। ହେଲେ, ୧୭ ବର୍ଷ ପୂର୍ବରୁ ଏହି ଜଙ୍ଗଲ ଉପରେ ନଜର ପକାଇଥିଲେ କାଠ ମାଫିଆ। ରାତାରାତି ଗଛ କାଟି ଜଙ୍ଗଲ ଲଣ୍ତା କରି ଦେଉଥିଲେ। ସେତେବେଳେ ବନବିଭାଗର ଏତେ କଡ଼ା ନଜର ବି ନଥିଲା। ଆଉ […]
ପୁନାସିଆ ଗାଁ ଲୋକଙ୍କ ସବୁଜ ମିସନ ସଫଳ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial