ଧରାକୋଟରେ ଛଦ୍ମବେଶୀ ବାବାବାବା ଗିରଫ

ଛଦ୍ମବେଶୀ ବାବା ଗିରଫ

ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ

ଧରାକୋଟ: ବେଆଇନ୍ ଜମି ଦଖଲକାରୀ ଜଣେ ବାବାଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଆଠଘରିଆ ନିକଟ ଜଙ୍ଗଲରେ ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ବନବିଭାଗ। ବାବା ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।
କିଛି ଦିନ ହେଲା ବାବା ଜଣକ ଜଙ୍ଗଲ ଜମି ଦଖଲ କରି ଜଙ୍ଗଲରୁ ଗଛ ସବୁ କାଟୁଥିଲେ। ଘଟଣା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚିବା ପରେ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଚଢ଼ଉ କରାଯାଇଥିଲା। ଏହାପରେ ଜବରଦଖଲକାରୀ ବାବାଙ୍କୁ ଗିରଫ କରାଯାଇଛି। ବାବା ହେଲେ କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁର କୃଷ୍ଣଚନ୍ଦ୍ର ସାହୁ। କିଛି ଦିନ ହେଲା ବରଡ଼ାବିଲି ଆଠଘରିଆ ଅଞ୍ଚଳରେ ରହି ମୂଲ୍ୟବାନ ଗଛ ସବୁ କାଟିସଫା କରିଦେଉଥିଲେ। କେବଳ ଗଛ କାଟିବା ନୁହେଁ ଜମି ଜବରଦଖଲ କରି ଆଶ୍ରମ ତିଆରି କରୁଥିଲେ। ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ବନବିଭାଗ ଚଢାଉ କରି ଛଦ୍ମବେଶୀ ବାବାକୁ ଗିରଫ କରିଛି।

Share Now:

Kalinga News Beuro

Next Post

ପୂଜା ପାଇଁ ରାଜଧାନୀ ରାସ୍ତାରେ ୧୩ କୋଟିର ପ୍ୟାଚ୍‌ : ତଥାପି ସରିଲାନି

Mon Oct 23 , 2023
ପୂଜା ପରେ ଆହୁରି କୋଟି କୋଟି ଖର୍ଚ୍ଚରେ ପୁନଃନିର୍ମାଣ ହେବ ଭୁବ‌ନେଶ୍ବର: ପୂଜା ସମୟରେ ରାଜଧାନୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବ। ସେଥିପାଇଁ ସବୁ ପୂଜା ମଣ୍ଡପକୁ ଯାଉଥିବା ଓ ଅନ୍ୟ ପ୍ରମୁଖ ରାସ୍ତା ମରାମତି ଯୋଜନା କରିଥିଲା ବିଏମ୍‌ସି। ଏଥିପାଇଁ କର୍ପୋରେଟରମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ଇଞ୍ଜିନିୟରମାନେ ମଧ୍ୟ ସେମାନଙ୍କ ସ୍ତର‌ରେ ରାସ୍ତାଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। କେତେ ରାସ୍ତା ମରାମତି ହେବାକୁ ଅଛି ଆକଳନ […]
ପୂଜା ପାଇଁ ୧୩ କୋଟିର ପ୍ୟାଚ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial