ପ୍ରେମ ପାଇଁ ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

ପ୍ରେମ ପାଇଁ ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ

ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ। ସିଭିରମଣ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଟଙ୍କା ଗାଏବ ନେଇ ତମଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ସବୁ ସତ ମାନିଥିବା ଜଣାଯାଇଛି। ଅଭିଯୁକ୍ତ ପାୟଲ ମହାପାତ୍ରଙ୍କ ଘର କଟକର ୪୨ ମଉଜା ଅଞ୍ଚଳରେ ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

କର୍ତ୍ତବ୍ୟ ନିର୍ବାହ ସମୟରେ ନିଜର ‘ଲକ୍ଷ୍ମଣ ରେଖା’ ପ୍ରତି ଧ୍ୟାନ ଦେବା ଉଚିତ : ପ୍ରଧାନ ବିଚାରପତି ରମନ୍ନା

Sat Apr 30 , 2022
ନୂଆଦିଲ୍ଲୀ: ସମ୍ବିଧାନ ରାଷ୍ଟ୍ରର ତିନିଟି ଅଙ୍ଗ ମଧ୍ୟରେ କ୍ଷମତାକୁ ଅଲଗା କରିଥାଏ। ତେଣୁ, ଏ କ୍ଷେତ୍ରରେ ଜଣେ କର୍ତ୍ତବ୍ୟ ନିର୍ବାହ କରିବା ସମୟରେ ନିଜର ‘ଲକ୍ଷ୍ମଣ ରେଖା’ ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ ଭି ରମନ୍ନା ଶନିବାର କହିଛନ୍ତି। ପ୍ରଧାନ ବିଚାରପତି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗତ ସ୍ୱାଧୀନତା ଦିବସରେ ସେ ବିଧାନସଭା ଯାଞ୍ଚ ବିଷୟରେ ଦେଇଥିବା […]
ପ୍ରଧାନ ବିଚାରପତି ରମନ୍ନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial