କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା

କଟକ: କଟକ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ପ୍ରାଥମିକ ତଦନ୍ତ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସନ୍ଧାନ ଏବେ ପୋଲିସ୍ କରୁଛି। ଏକ ସ୍ପେଶାଲ ଟିମ ଗଠନ କରି ମାମଲାର ଖୋଳତାଡ଼ ହେଉଥିବା ଡିସିପି ସୂଚନା ଦେଇଛନ୍ତି। ୧୬୧ ଧାରାରେ ଚାଉଳିଆଗଞ୍ଜ ଥାନା ପୋଲିସ ପୀଡିତାର ବୟାନ ରେକର୍ଡ କରିଛି। ପୋଲିସ ସୋମବାର ରାତିରେ ୧୫ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା। ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ। ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ କଟକ ସ୍ଥିତ ପ୍ରଫେସରପଡ଼ାରେ ରହୁଥିବା ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲା। ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲା। ଏହି ସମୟରେ ସନ୍ତୋଷ ବେହେରା ନାମକ ଜଣେ ଯୁବକ ଏହି ନାବାଳିକାଙ୍କୁ ଆଶ୍ରୟ ଦେବାର ବାହାନା କରି ରାକା ନାମକ ଆଉ ଜଣେ ଯୁବକଙ୍କ ଚିକେନ୍ ଫାର୍ମକୁ ନେଇଥିଲା। ସେଠାରେ ଉଭୟେ ମିଶି ୨୨ ଦିନ ଧରି ଧମକ ଚମକ ଦେବା ସହ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଜଣେ ନାବାଳିକା ସହିତ ଦୁଷ୍କର୍ମ ସମୟରେ ଅନ୍ୟଜଣେ ମୋବାଇଲରେ ଦୃଶ୍ୟ ଉତ୍ତୋଳନ କରୁଥିଲେ। ବାହାରେ ଏ ବିଷୟରେ ପ୍ରଘଟ କଲେ ସେମାନେ ମୋବାଇଲରେ ଉଠାଇଥିବା ଦୃଶ୍ୟକୁ ଲୋକମାନଙ୍କୁ ପଠାଇ ଦେବାର ଧମକ ଦେଇ ଦୁଷ୍କର୍ମ କରିଚାଲିଥିଲେ।

Share Now:

Kalinga News Beuro

Next Post

କୋଇଲା ଦୁର୍ନୀତି ମାମଲା: ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

Wed Oct 14 , 2020
ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାଶର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ହାଜିରା ବେଳେ କୋଭିଡ୍ ୧୯ ଗାଇଡ୍‌ଲାଇନ୍‌ ପାଳନ ନେଇ ମଧ୍ୟ ଧ୍ୟାନ ରଖିବାକୁ କୋର୍ଟ କହିଛନ୍ତି। […]
୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial