ମଗାଇଥିଲେ ପିଜ୍ଜା : ବାହାରିଲା ସାଲୁବାଲୁ ପୋକ

ପିଜ୍ଜାରୁ ବାହାରିଲା ସାଲୁବାଲୁ ପୋକ

ନୂଆଦିଲ୍ଲୀ: ପିଜ୍ଜା ଖାଇବା ଆମ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ସେ ଭୋଜି ହେଉ ଅବା କୌଣସି ଜନ୍ମଦିନ ଭୋଜି କିଛି ଲୋକ ପିଜ୍ଜା ଅର୍ଡର କରି ଖାଇବାକୁ ପସନ୍ଦ କରିଥାଆନ୍ତି। ପିଜ୍ଜାକୁ ନେଇ ନିକଟରେ ଏମିତି ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ପିଜ୍ଜା ଖାଇବା ପୂର୍ବରୁ ଥରେ ନିଶ୍ଚିତ ଚିନ୍ତା କରିବେ। ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ଅଭିଯୋଗ କରି କହିଛନ୍ତି କି, ସେ ଏକ ପ୍ରସିଦ୍ଧ କମ୍ପାନିରୁ ପିଜା ଅର୍ଡର କରିଥିଲେ। ଯେଉଁଥିରେ ସେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ। ରେଗିନାଲ୍ଡ ଥାଲାରି ନାମକ ବ୍ୟକ୍ତି ଏହି ଘଟଣାର କିଛି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ପିଜ୍ଜାରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଥାଏ। ତା’ ପୁଣି ଗୋ‌ଟିଏ କି ଦୁଇଟି ନୁହେଁ ଏକାଠି ଅନେକ ପୋକ ନଜରକୁ ଆସିଥିଲେ। ନ୍ୟୁଜିଲାଣ୍ଡର ହେରାଲ୍ଡ ୱେବସାଇଟର ଖବର ଅନୁଯାୟୀ, ଏହି ଘଟଣାର ଶିକାର ହୋଇଥିବା ରେଗିନାଲ୍ଡ ଥାଲାରି ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ବସବାସ କରୁଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ରାଜଧାନୀରେ ଆବର୍ଜନା ପାହାଡ଼ : ବିଏମ୍‌ସି ବେଫିକର୍‌

Sun Jan 16 , 2022
ଭୁବନେଶ୍ବର: ସ୍ମାର୍ଟସିଟି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ବିଏମ୍‌ସି ପ୍ରତିଶୃତିବଦ୍ଧ। ଏଭଳି ପ୍ରଚାର କରୁଛି ବିଏମ୍‌ସି। ହେଲେ ଏହା ଯେ ଜନସାଧାରଣଙ୍କ ସ୍ବାର୍ଥଠାରୁ ଅନେକ ଦୂରରେ, ତାହା ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ୍‌ (ଟିଟିଏସ୍‌)କୁ ଦେଖିଲେ ଜଳଜଳ ଦିଶୁଛି। ଦୀର୍ଘ ୪ ଦିନ ହେବ ସହର ସାରାର କୁଢ଼କୁଢ଼ ଆବର୍ଜନା ଏହି ଅସ୍ଥାୟୀ ଡମ୍ପିଂୟାର୍ଡରେ ଗଦା ହୋଇଥିଲେ ମଧ୍ୟ ବିଏମ୍‌ସି ଜାଣି ଅଜଣା ହେଉଛି। ଏଠାରୁ […]
ରାଜଧାନୀରେ ଆବର୍ଜନା ପାହାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial