ଟୁଲ୍‌କିଟ୍‌ ମାମଲା: ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୁଲିସର ସମନ

ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୁଲିସର ସମନ

ରାୟପୁର: ଟୁଲ୍‌କିଟ୍‌ ମାମଲାରେ ଛତିଶଗଡ଼ ପୁଲିସ ବିଜେପି କେନ୍ଦ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ ପଠାଇଛି। ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରବିବାର ଅପରାହ୍ନ ୪ଟାରେ ହାଜର ହେବା ପାଇଁ ଏହି ନୋଟିସ୍‌ରେ ଉଲ୍ଲେଖ ଥିଲା। ଗତ ୧୯ ତାରିଖରେ ସିଭିଲ୍‌ ଲାଇନ୍‌ ଥାନାରେ ସମ୍ବିତ ପାତ୍ର, ତାଙ୍କ ସହଯୋଗୀ ରମଣ ସିଂହଙ୍କ ନାମରେ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସେମାନେ କଂଗ୍ରେସର ଲେଟରହେଡ୍‌ ବ୍ୟବହାର କରି ନକଲି ଟୁଲ୍‌କିଟ୍‌ ବାଣ୍ଟିଥିବା ଏନ୍‌ଏସ୍‌ୟୁଆଇ ପକ୍ଷରୁ ଅଭିଯୋଗ ହୋଇଥିଲା। ସେହିଭଳି ଅନ୍ୟ ଏକ ନୋଟିସ୍‌ ରମଣ ସିଂହଙ୍କ ନିକଟକୁ ସିଭିଲ୍‌ଥାନା ପୁଲିସ ପଠାଇଛି। ସୋମବାର ମଧ୍ୟାହ୍ନ ୧୨.୩୦ରେ ସିଂହ ନିଜ ଘରେ ଉପସ୍ଥିତ ରହିବେ। ଏହି ମାମଲାରେ ପୁଲିସ ତାଙ୍କୁ ପଚରା ଉଚରା କରିବ।

Share Now:

Kalinga News Beuro

Next Post

ବାଡ଼ ଯେବେ ଫସଲ ଖାଏ : ଗଞ୍ଜେଇ ଗାଡ଼ି ପାର୍‌ କରି ୩ ହୋମ୍‌ଗାର୍ଡଙ୍କ ସମେତ ୪ ଗିରଫ

Mon May 24 , 2021
ଗୁଣପୁର/ଗୁଡ଼ାରୀ : ଗଞ୍ଜେଇ ଗାଡ଼ିକୁ ପାର୍ କରାଇବା ପା‌ଇଁ ହୋଇଥିଲା ୪ଲକ୍ଷ ୭୦ହଜାର ଟଙ୍କାରେ ଡିଲ୍। ଆଉ ଏହି ଡିଲ୍ କରିଥିଲେ ୩ଜଣ ହୋମାଗାର୍ଡ। ଅଭିଯୋଗ ମିଳିବା ପରେ ଆରମ୍ଭ ହୋଇଥିବା ଖୋଳତାଡ଼ରୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୁଲିସକୁ ଚକିତ କଲା ଭଳି ତଥ୍ୟ ମିଳିଥିଲା। ଲକ୍ଷେ ଟଙ୍କା ଜବତ କରିବା ସହ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। ସେହିପରି ସଂପୃକ୍ତ ୩ଜଣ ହୋମାଗାର୍ଡଙ୍କ ସହ ଅନ୍ୟ ଜଣେ […]
ଗଞ୍ଜେଇ ଗାଡ଼ି ପାର୍‌ କରିବାକୁ ଲକ୍ଷଲକ୍ଷ କାରବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial