ସତ କହିବ ଗୋପାଳ : ଗୁଜୁରାଟରେ ଚାଲିଛି ପଲିଗ୍ରାଫ୍ ଟେଷ୍ଟ୍

ଗୁଜୁରାଟରେ ଗୋପାଳର ପଲିଗ୍ରାଫ୍ ଟେଷ୍ଟ୍

ଅହମ୍ମଦାବାଦ: ଗୁଜୁରାଟର ଗାନ୍ଧିନଗରରେ ଥିବା ଫୋରେନସିକ ଲ୍ୟାବରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ଚାଲିଛି। ପଲିଗ୍ରାଫ ଟେଷ୍ଟ ପରେ ନାର୍କୋ ଟେଷ୍ଟ କରାଯିବ। ଉଲ୍ଲେଖ ଥାଉ କି ଗତକାଲି ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଆଉ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ପାଇବା ପରେ ଆଉ ସମୟ ନଷ୍ଟ ନ କରି ଏକ ସ୍ବତନ୍ତ୍ର ପୁଲିସ ଦଳ ତାକୁ ଗୁଜରାଟ ନେଇଥିଲେ। ବୁଧବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ପରେ ଗୋପାଳକୁ ଧରି ଏହି ସ୍ୱତନ୍ତ୍ର ଟିମ୍‌ ବିମାନବନ୍ଦରରେ ଯାଇଥିଲା। ଗୋପାଳକୁ କୋଲକାତା ଦେଇ ଗୁଜରାଟ ନିଆଯାଇଥିଲା। ମିଳିଥିବା ସୂଚନା ମୁତାବକ, ଗୋପାଳ ମୁହଁରୁ ସତ ଓଗାଳିବାକୁ ନାର୍କୋ ଟେଷ୍ଟ କରାଯିବ। ନାର୍କୋ ଟେଷ୍ଟକୁ ନାର୍କୋଆନାଲିସିସ ଟେଷ୍ଟ ମଧ୍ୟ କୁହାଯାଏ। ଏହି ପ୍ରକ୍ରିୟାରେ ଅଭିଯୁକ୍ତଙ୍କୁ ସୋଡିୟମ ପେଣ୍ଟଥାଲ ନାମକ ଡ୍ରଗ୍ସ ଇଂଜେକସନ ମାଧ୍ୟମରେ ଦିଆଯାଇଥାଏ। ଏହା ସେଭଳି ଲୋକଙ୍କୁ ଦିଆଯାଇଥାଏ, ଯେଉଁମାନେ ସତ କହିବାକୁ କୁଣ୍ଠାବୋଧ କରନ୍ତି। ଏହି ଔଷଧୀୟ ପ୍ରୟୋଗ ଫଳରେ ବ୍ୟକ୍ତିର ମସ୍ତିଷ୍କର ତ୍ୱରିତ ପ୍ରତିକ୍ରିୟା ଦେଉଥିବା ଅଙ୍ଗ ଅଚଳ ହୋଇଥାଏ। ଏହା ଫଳରେ ବ୍ୟକ୍ତି ଆଉ ମିଛ କହିପାରିନଥାଏ। ଯାହା ସତ, ତାହା ହିଁ ଲୋକଟି କହିଥାଏ।

Share Now:

Kalinga News Beuro

Next Post

ପୁଣି କୋଟିଆରେ ଅବୈଧ ଭାବରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

Thu Feb 9 , 2023
କୋରାପୁଟ: ପୁଣି କୋଟିଆରେ ପଶି ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା। ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା କରୁଛନ୍ତି। ସୂଚନା ଅନୁସାରେ କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଉପମୁଖ୍ୟମନ୍ତ୍ରୀ ପହଞ୍ଚି ଲୋକଙ୍କୁ ଜଗନ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ସହ ପ୍ରଦତ୍ତ ଭତ୍ତା, ରାସନ, ପାନୀୟ […]
କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial