ନାବାଳିକାର ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଗିରଫ

ରାଉରକେଲା: ଜଣେ ନାବାଳିକାକୁ ଗର୍ଭବତୀ କରି ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଜଣକୁ ଗିରଫ କରିଛି ବିଶ୍ରା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜିତ ମହାନ୍ତ, ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତି, ରାଉରକେଲାର ଏକ ଘରୋଇ ନର୍ସିଂ ହୋମର ମ୍ୟାନେଜର ସଞ୍ଜୟ ପଣ୍ଡା ଓ ଅଭିଯୁକ୍ତ ସଞ୍ଜିତର ସମ୍ପର୍କୀୟ ମହାବୀର ମହାତୋ। ନବଜାତ ଶିଶୁ କନ୍ୟାକୁ ପୁଲିସ ଏବଂ ଶିଶୁ ବିକାଶ ସମିତି ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ବେଆଇନ ଭାବେ ପ୍ରସବ କରାଇ ନିଜ ଘରେ ନବଜାତ ଶିଶୁ କନ୍ୟାକୁ ରଖିବା ଅଭିଯୋଗରେ ଡାକ୍ତରଙ୍କୁ ପୁଲିସ ଖୋଜୁଛି। ମିଳିଥିବା ସୂଚନା ଅନୁଯାୟୀ ଜରେଇକେଲା ଅଞ୍ଚଳର ଜଣେ ଯୁବକ ସଞ୍ଜିତ ମାହାତୋ ଜଣେ ନାବାଳିକା ସହ ସମ୍ପର୍କ ରଖି ଗର୍ଭବତୀ କରିଥିଲା। କଥା ପ୍ରଘଟ ହେବା ଭୟରେ ସଞ୍ଜିତ ନାବାଳିକାଙ୍କ ଗର୍ଭପାତ କିମ୍ବା ପ୍ରସବ କରାଇବାକୁ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲା। ସନତ ସଞ୍ଜିତଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲ ସୁଧା ନର୍ସିଂ ହୋମକୁ ପଠାଇଥିଲା। ସେଠାରେ ଥିବା ମ୍ୟାନେଜର ସଞ୍ଜୟ ପଣ୍ଡାଙ୍କ ସହ କଥାବାର୍ତ୍ତା ପରେ ନାବାଳିକା ଜଣଙ୍କୁ ଉକ୍ତ ନର୍ସିଂ ହୋମରେ ଭର୍ତ୍ତି କରାଇଥିଲେ। ପରେ ଡାକ୍ତର ବର୍ମାଙ୍କ ଦ୍ୱାରା ଉକ୍ତ ନାବାଳିକାଙ୍କ ଡେଲିଭରି କରାଯାଇଥିଲା। ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ମାତ୍ର ସମସ୍ତେ ମିଶି ତାଙ୍କର ଗର୍ଭପାତ ହୋଇଗଲା ବୋଲି ନାବାଳିକାଙ୍କୁ କହିଥିଲେ। ପରେ ଉକ୍ତ ଡାକ୍ତର ନବଜାତ ଶିଶୁକନ୍ୟାକୁ ନେଇ ନିଜ ଘରେ ରଖିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏବଂ ଚାଇଲଡ଼ ୱେଲଫେୟାର କମିଟି ଶିଶୁକନ୍ୟାକୁ ଉକ୍ତ ଡାକ୍ତରଙ୍କ ଘରୁ ଉଦ୍ଧାର କରିଥିଲେ। ବେଆଇନ ଭାବେ ଡେଲିଭରି କରାଇବା ଏବଂ ଶିଶୁକୁ ରଖିବା ଅଭିଯୋଗରେ ଏବେ ପୁଲିସ ଉକ୍ତ ଡାକ୍ତରଙ୍କୁ ଖୋଜୁଛି। ଶିଶୁ ମଙ୍ଗଳ ସମିତି ଏବଂ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳ ଆହତ

Thu Dec 28 , 2023
ଭୁବନେଶ୍ୱର: ବୁଧବାର ରାତି ପ୍ରାୟ ୩ଟା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି। ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରେ ବୁଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial