କଶ୍ମୀର ପୁଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସୟଦ ଇସାନ ବୁଖାରୀ ଗିରଫ

ଭୁବନେଶ୍ୱର: ଯାଜପୁରରୁ ଧରା ହେଲା କଶ୍ମୀର ପୁଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଶ୍ମୀର ପୁଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଯାଜପୁର ଜିଲ୍ଲା ନେଉଳପୁର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି। ତା ନିକଟରୁ ଅନେକଗୁଡ଼ିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି।
ଜୟ ନାରାୟଣ ପଙ୍କଜଙ୍କ କହିବା ଅନୁଯାୟୀ ସୟଦ ଇସାନ ବୁଖାରୀ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା। କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା। ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ବାହା ହୋଇଥିବା କଥା ଜଣାପଡ଼ିଛି। ହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

Share Now:

Kalinga News Beuro

Next Post

ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପଶ୍ଚିମ ଓଡ଼ିଶା ପାଇଁ ବିଜେଡିର ବ୍ଲୁପ୍ରିଣ୍ଟ

Sat Dec 16 , 2023
ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମ ଓଡ଼ିଶା ପାଇଁ ବିଜେଡି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଦୁଇଦିନ ଧରି ପଶ୍ଚିମ ଓଡ଼ିଶାକୁ ନେଇ ମାରାଥନ ବୈଠକ ହୋଇଛି। ଗତକାଲି ନବୀନ ନିବାସରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଏକାଠି ହୋଇଥିଲେ। ଆଜି ମଧ୍ୟ ଶଙ୍ଖଭଵନରେ ପଶ୍ଚିମ ଓଡ଼ିଶା ନେତାଙ୍କ ବୈଠକ ଅନୁ‌ଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ବୋଲି ବୈଠକରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial