ପୁଣି କୋଟିଆରେ ଅବୈଧ ଭାବରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶି ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା। ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା କରୁଛନ୍ତି। ସୂଚନା ଅନୁସାରେ କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଉପମୁଖ୍ୟମନ୍ତ୍ରୀ ପହଞ୍ଚି ଲୋକଙ୍କୁ ଜଗନ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ସହ ପ୍ରଦତ୍ତ ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି, ସ୍କୁଲ ଓ ଆମ୍ମା ବାଡି ଏବଂ ଜଙ୍ଗଲଜମି ପଟ୍ଟା ଭଳି ଯୋଜନାର ହିତାଧିକାରୀଙ୍କ ପାଖକୁ ଯାଇ ସେମାନଙ୍କର ଆଉ କ’ଣ ସମସ୍ୟା ରହିଛି ତାହାର ସମୀକ୍ଷା କରିଛନ୍ତି।
ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ରାଜ୍ୟ ସରକାର ସୀମାନ୍ତ ଗ୍ରାମବାସୀଙ୍କ ଉନ୍ନତି କ୍ଷେତ୍ରରେ ସବୁବେଳେ ଚେଷ୍ଟିତ ଏବଂ ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ଯାହାବି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚି ପାରିଛି ତାହା ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ଅନେକ କିଛି ଯୋଜନା ପ୍ରସ୍ତୁତ କରାଯାଇଛି ତାହା ଆସନ୍ତା ଦିନରେ ସମସ୍ତ ସୀମାନ୍ତ ଗ୍ରାମବାସୀଙ୍କ ପାଖରେ ପହଞ୍ଚିବ ବୋଲି ଘୋଷଣା କରିଥିଲେ। ଉଲ୍ଲେଖ ଥାଉ କି ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆକୁ ଆସି ଲୋକଙ୍କୁ ଆନ୍ଧ୍ରର ଯୋଜନା ବାବଦରେ ବୁଝାଇଥିଲେ। ତେବେ ଆଜି ପୁଣି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଉପରୋକ୍ତ ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର କରିଥିବା ଯୋଜନାର ସମୀକ୍ଷା କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ଅନ୍ୟ ଅଧିକାରୀମାନେ ମଧ୍ୟ କୋଟିଆକୁ ଆସି ଏହା ଆନ୍ଧ୍ରପ୍ରଦେଶର ବୋଲି ଦାବି କରିଆସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ଦିଗପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।

Share Now:

Kalinga News Beuro

Next Post

ଜବତ ହେଲା ଅଟୋ ଚାଳକଙ୍କ ୨କୋଟି ଟଙ୍କାର ଘର

Fri Feb 10 , 2023
ନୂଆଦିଲ୍ଲୀ: ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ୨କୋଟି ଟଙ୍କାର ଘର ଜବତ ହେବାପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ଯାହାକୁ ଦେଖୁଛନ୍ତି ତାଙ୍କୁ ଧରି କାନ୍ଦୁଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ଅଟୋ ଚାଳକ ହାରୁନ ସତ୍ତାର ଶେଖ ବସବାସ କରନ୍ତି। ସେ ମୁୁମ୍ବାଇରେ ଅନେକ ଦିନ ହେବ ଅଟୋ ଚଳାଇ ଆସୁଛନ୍ତି। ସେ ଅଟୋ ଚଳାଇ ତାଙ୍କ ପରିବାର ପୋଷି ଥାଆନ୍ତି। […]
ଜବତ ହେଲା ଅଟୋ ଚାଳକଙ୍କ ୨କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial