ଜବତ ହେଲା ଅଟୋ ଚାଳକଙ୍କ ୨କୋଟି ଟଙ୍କାର ଘର

ଜବତ ହେଲା ଅଟୋ ଚାଳକଙ୍କ ୨କୋଟି

ନୂଆଦିଲ୍ଲୀ: ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ୨କୋଟି ଟଙ୍କାର ଘର ଜବତ ହେବାପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ଯାହାକୁ ଦେଖୁଛନ୍ତି ତାଙ୍କୁ ଧରି କାନ୍ଦୁଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ଅଟୋ ଚାଳକ ହାରୁନ ସତ୍ତାର ଶେଖ ବସବାସ କରନ୍ତି। ସେ ମୁୁମ୍ବାଇରେ ଅନେକ ଦିନ ହେବ ଅଟୋ ଚଳାଇ ଆସୁଛନ୍ତି। ସେ ଅଟୋ ଚଳାଇ ତାଙ୍କ ପରିବାର ପୋଷି ଥାଆନ୍ତି। କିଛିଦିନ ତଳେ ସେ ଏକ ଘର କରିବାକୁ ସ୍ଥିର କରିଥିଲେ। ଏଥିପାଇଁ ହାରୁନ ସତ୍ତାର ନିଜ ନାମ ସମେତ ନିଜ ପତ୍ନୀ ନୋଲିଫର ଶେଖ ଓ ଅନ୍ୟ ଜଣେ ମହିଳା ହଲିମା ଶେଖଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ଆଣିଥିଲେ।
ଏହି ଋଣ ରାଶି ୧.୮୦ କୋଟି ଟଙ୍କା ଥିବା କୁହାଯାଉଛି। ତେବେ ବ୍ୟାଙ୍କ ଏହି ଋଣ ରାଶି ପୈଠ କରିବା ପାଇଁ ଏକ ନିଶ୍ଚିତ ସମୟ ଦେଇଥିଲା। ଏହି ସମୟ ଅତିକ୍ରମ କରି ଯାଇଥିଲେ ହେଁ ହାରୁନ ଋଣ ଟଙ୍କା ପୈଠ କରି ପାରି ନଥିଲେ। ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍‌ ଗଲାପରେ ଶେଷରେ ହାରିନଙ୍କ ଘରକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ସୁରକ୍ଷା ମଧ୍ୟରେ ବ୍ୟାଙ୍କ ଅଧିକାରୀ ଜବତ କରିଥିଲେ। ଜବତ ହୋଇଥିବା ଅଟୋ ଚାଳକଙ୍କ ଘରର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ହାରୁନ ସତ୍ତାର ଜଣେ ମାମୁଲି ଅଟୋ ଚାଳକ ହୋଇଥିବା ବେଳେ ବ୍ୟାଙ୍କ କିପରି ତାଙ୍କୁ ଏତେ କୋଟି ଟଙ୍କାର ଋଣ ଦେଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ତୁର୍କୀବାସୀଙ୍କ ପାଇଁ ଭଗବାନ ପାଲଟିଛନ୍ତି ଦୀପେନ୍ଦ୍ର : ମାଗଣାରେ ଦେଉଛନ୍ତି ଖାଦ୍ୟ

Fri Feb 10 , 2023
ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସଙ୍କଟ ସମୟରେ ସମଗ୍ର ବିଶ୍ୱ ତୁର୍କୀ ଏବଂ ସିରିଆ ଆଡକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଭାରତ ମଧ୍ୟ ସହାୟତା ପଠାଇଛି। ପ୍ରାୟ ୬ଟି ବିମାନରେ ରିଲିଫ୍ ସାମଗ୍ରୀ ପଠାଯିବା ସହ ତୁର୍କୀରେ ଭାରତ ଅସ୍ଥାୟୀ ହସ୍ପିଟାଲ୍ ନିର୍ମାଣ କରିଛି ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସହିତ ‘ଅପରେସନ୍ ଦୋସ୍ତ’ ଅଧୀନରେ […]
ତୁର୍କୀବାସୀଙ୍କ ପାଇଁ ଭଗବାନ ଭାରତର ଦୀପେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial