ପେନଡ୍ରାଇଭ ଖୋଲିବ ଚିନ୍ମୟାନନ୍ଦଙ୍କ କଳା କାରନାମାର ରହସ୍ୟ !

ନୂଆଦିଲ୍ଲୀ: ପେନଡ୍ରାଇଭ ହିଁ କହିବ ସ୍ୱାମୀ ଚିନ୍ମୟାନନ୍ଦଙ୍କ କଳା କାରନାମାର ଗୁମର । ଯାହାକୁ ଖୋଜିବାକୁ ଏବେ ଲାଗିପଡିଛି ଏସଆଇଟି | ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ ଏସଆଇଟି ପୀଡିତାଙ୍କ ରୁମକୁ ପାଞ୍ଚ ଘଣ୍ଟା ଯାଏଁ ତଲାସୀ କରିଛି | ପୀଡିତାଙ୍କ ସାଙ୍ଗ ଏସଆଇଟିକୁ ପେନଡ୍ରାଇଭ ଦେଇଥିବାବେଳେ ଏଥିରେ ଏମିତି କିଛି ଭିଡିଓ ରହିଛି ଯାହାକି ସ୍ୱାମୀଙ୍କ ରହସ୍ୟ ଖୋଲିବ |
ଏଠାରେ ସୂଚନା ଥାଉ କି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ‌ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶର ଶାହଜାହନପୁର ଆଇନ ଛାତ୍ରୀ ଦିଲ୍ଲୀ ପୁଲିସରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ।
ଗଣମାଧ୍ୟମରେ ନିଜର ମନ୍ତବ୍ୟ ରଖି ଆଇନ ଛାତ୍ରୀ ଜଣଙ୍କ ଦାବି କରିଛନ୍ତି ଯେ, ଚିନ୍ମୟାନନ୍ଦଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ତାଙ୍କ ଦ୍ୱାରା ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ଏନେଇ ଶାହଜାହନପୁର ପୁଲିସରେ ସେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଚାହିଁଥିଲେ ମଧ୍ୟ ପୁଲିସ ତାଙ୍କ ମାମଲା ରଖିନଥିଲା।

Share Now:

Kalinga News Beuro

Leave a Reply

Next Post

ଜାତିସଂଘରେ ପାକିସ୍ତାନକୁ ଧକ୍କା, ମଧ୍ୟସ୍ଥତା ପ୍ରସ୍ତାବକୁ ଖାରଜ କଲେ ମହାସଚିବ

Wed Sep 11 , 2019
ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ଉଦ୍ୟମକୁ ଆଉ ଏକ ବଡ଼ ଧକ୍କା ଲାଗିଛି । ଶେଷରେ ଜାତିସଂଘରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ କାଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ । ଏହା ସହିତ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି । […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial