ଜାତିସଂଘରେ ପାକିସ୍ତାନକୁ ଧକ୍କା, ମଧ୍ୟସ୍ଥତା ପ୍ରସ୍ତାବକୁ ଖାରଜ କଲେ ମହାସଚିବ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ଉଦ୍ୟମକୁ ଆଉ ଏକ ବଡ଼ ଧକ୍କା ଲାଗିଛି । ଶେଷରେ ଜାତିସଂଘରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ କାଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ । ଏହା ସହିତ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି । ତେବେ ଦୁଇ ଦେଶ ଚାହିଁଲେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ବିଚାର କରାଯାଇପାରେ ବୋଲି ସେ କହିଛନ୍ତି ।
ଗତ ମାସରେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ବୈଠକ ଅବସରରେ ଗୁଟେରେସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗତ ମଙ୍ଗଳବାରଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀଙ୍କୁ ଭେଟିଥିଲେ । ସେ ମଧ୍ୟ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମେଲିହା ଲୋଧୀଙ୍କୁ ଭେଟିଥିଲେ । କଶ୍ମୀର ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ମଧ୍ୟ ବିବାଦ ବଢିବାକୁ ନେଇ ଗୁଟେରେସ ଚିନ୍ତା ପ୍ରକଟ କରିଛନ୍ତି ବୋଲି ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ କହିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବେଙ୍ଗାଲୁରୁ ପାଇଁ ଉଡାଣ ସେବା ଆରମ୍ଭ

Wed Sep 11 , 2019
ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଆଉ ଦୁଇଟି ସହରକୁ ନୂତନ ଭାବେ ବିମାନ ସେବା ଆରମ୍ଭ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଝାରସୁଗୁଡା ବିମାନ ବନ୍ଦରରେ ଆରମ୍ଭ ହୋଇଥିବା ଏହି ନୂଆ ଉଡାଣ ସେବା କୋଲକାତା ଓ ବେଙ୍ଗାଲୁରୁ ପାଇଁ ରହିଛି। ଅର୍ଥାତ ଏବେ ଯାତ୍ରୀ ଝାରସୁଗୁଡା ବିମାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial