ଯନ୍ତ୍ରୀଙ୍କ ଉଦ୍ଭଟ ବୁଦ୍ଧି : ରାସ୍ତା କଲେ, ଖୁଣ୍ଟ ଉଠାଇଲେନି

ଯନ୍ତ୍ରୀଙ୍କ ଉଦ୍ଭଟ ବୁଦ୍ଧି

ଚନ୍ଦ୍ରଶେଖରପୁର: ପଟିଆ ରେଳ ଷ୍ଟେସନ ରାସ୍ତା ଚକାଚକ୍‌ ହୋଇଛି। ଅଧାରୁ ଅଧିକ ରାସ୍ତା କାମ ଶେଷ ହେଲାଣି। ମାତ୍ର ରାସ୍ତା ମଝିରୁ ଉଠିପାରିନି ବିଦ୍ୟୁତ୍‌ ଖୁଣ୍ଟ। ୬ମାସ ହେଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ରାସ୍ତା କାମ କରାଯାଉଥିଲେ ମଧ୍ୟ ବିଦ୍ୟୁତ୍ ଖୁଣ୍ଟିଗୁଡ଼ିକ ସ୍ଥାନାନ୍ତର କରା ନଯିବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। କେତେବେଳେ ବାଇକ୍‌ ଚାଳକ ବିଦ୍ୟୁତ୍‌ ଖୁଣ୍ଟରେ ବାଡ଼େଇ ହୋଇ ପଡ଼ୁଛନ୍ତି ତ ଆଉ କେତେବେଳେ କାର୍‌ ଓ ବାଇକ୍‌ ମୁହାଁମୁହିଁ ହେଉଛନ୍ତି। ବହୁ ଲୋକ ଆହତ ହେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ରାସ୍ତା ସାରା ମାଳ ମାଳ ବିଦ୍ୟୁତ୍‌ ଖୁଣ୍ଟ। ପ୍ରାୟ ଦୁଇ କିଲୋମିଟର ଏହି ରାସ୍ତାରେ ୩୦୦ରୁ ଅଧିକ ଖୁଣ୍ଟ ରହିଛି। ଅଧିକାଂଶ ବିଦ୍ୟୁତ୍‌ ଖୁଣ୍ଟରେ ତାର ହିଁ ନାହିଁ। ମାତ୍ର ଖୁଣ୍ଟ ଉଠିପାରିନି। ରାସ୍ତାରେ ପିଚୁ ପକାଯାଇ କାମ ଶେଷ କରାଯାଇଥିଲେ ମଧ୍ୟ ମଝି ରାସ୍ତାରେ ଖୁଣ୍ଟ ସେମିତି ଛିଡ଼ା ହୋଇ ରହିଛି। କାମ କରୁଥିବା ଯନ୍ତ୍ରୀଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। କାରଣ କେତେକ ବିଦ୍ୟୁତ୍‌ ଖୁଣ୍ଟ ଦୁର୍ବଳ ହୋଇଥିଲେ ମଧ୍ୟ ତାହାକୁ ସ୍ଥାନାନ୍ତର କରାଯିବା ବଦଳରେ ଆଉ ଗୋଟିଏ ଖୁଣ୍ଟକୁ ଢିରା ଦିଆଯାଇ ରଖାଯାଇଛି। କେତେବେଳେ ଯେ ଏହି ଖୁଣ୍ଟ ଉପୁଡ଼ିପଡ଼ିବ ତାହା କେହି କହିପାରିବେ ନାହିଁ। ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେଉଥିଲେ ମଧ୍ୟ ମରାମତି କାମ ଯେଉଁଭଳି ଚାଲିଛି ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ପାଣି କାଦୁଅରେ ଘାଣ୍ଟି ହେବା ଏକପ୍ରକାର ଥୟ।

Share Now:

Kalinga News Beuro

Next Post

ଶିବ ବିବାହ ସମ୍ପନ୍ନ: ମଧ୍ୟରାତ୍ରିରେ ପଡ଼ିଲା ହାତଗଣ୍ଠି

Thu May 25 , 2023
ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ମଧ୍ୟରାତ୍ରିରେ ସମାପନ ହୋଇଛି। ଠାକୁରଙ୍କୁ ବିମାନରେ ନିଆଯାଇ କେଦାରଗୌରୀ ମନ୍ଦିରଠାରେ ବିଧିମୁତାବକ ବିବାହ ସମ୍ପନ୍ନ ହୋଇଥିଲା। ମଧ୍ୟରାତ୍ରିରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଥିଲା। କେଦାରଗୌରୀ ମନ୍ଦିରରେ ପାଳିଆ ସେବାୟତମାନେ ଉପସ୍ଥିତି ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଦେବ ଦମ୍ପତିଙ୍କ ବିବାହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା। ଆଜି ରାତି ପ୍ରାୟ ୧୧ଟା ୨୦ରେ ପାଳିଆ ସେବାୟତଙ୍କ ଗହଣରେ ମହାଦେବ ବାହାରିଥିଲେ। […]
ଶିବ ବିବାହ ସମ୍ପନ୍ନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial