ମେଡିକାଲ ଭିତରେ ଛିଣ୍ଡିଲା ଲାଇନ୍ ତାର: ଅଳ୍ପକେ ରକ୍ଷା ପାଇଲେ ରୋଗୀ

ମେଡିକାଲ ଭିତରେ ଛିଣ୍ଡିଲା ଲାଇନ୍ ତାର

ବାଲିପାଟଣା : ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ହଠାତ ଲାଇନ୍ କେବୁଲ ତାର ଛିଣ୍ଡି ପଡ଼ିଥିଲା। ସେ ସମୟରେ ବହୁସଂଖ୍ୟକ ଲୋକ ମେଡିକାଲ ଆସିଥିଲେ। କେବୁଲ ବନ୍ଧା ହୋଇଥିବା ତାର ଅନେକ ଦିନରୁ ଛିଣ୍ଡି ଅଟକି ରହିଥିଲା। ଖୁଣ୍ଟରୁ ତାର ଛିଡିବା ପରେ ଲୋକଙ୍କ ବାଇକ ଏବଂ ଚାରିଚକିଆ ଗାଡି ଉପରେ ପଡିଥିଲା। ଭୟରେ ଗାଡ଼ି ପାଖକୁ କେହି ଯାଇନଥିଲେ। ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟକୁ ସୂଚନା ଦେବା ପରେ ଅଧଘଣ୍ଟେ ପରେ ଲାଇନ ସଂଯୋଗ ବିଛିନ୍ନ ହୋଇଥିଲା। ସେ ସମୟରେ ସେଠାରେ ଲୋକ କିମ୍ବା ରୋଗୀ ନ ଥିଲେ। ନଚେତ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ କହିଛନ୍ତି। ଲାଇନ କାଟିବା ପରେ ବିଦ୍ୟୁତ କର୍ମଚାରୀ ପହଞ୍ଚି ଖୁଣ୍ଟରେ କେବୁଲ ବାନ୍ଧିଥିଲେ। ମେଡିକାଲ ଭଳି ଏକ ଗୁରତ୍ୱପୂର୍ଣ୍ଣ ସ୍ଥାନରେ ବିଦ୍ୟୁତ ବିଭାଗର ଏଭଳି ନିମ୍ନମାନର କାମକୁ ସାଧାରଣରେ ନିନ୍ଦା କରାଯାଇଛି। ଅନେକ ସ୍ଥାନରେ ଲାଇନ ଖୁଣ୍ଟ ଏବଂ ତାର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ବିଭାଗ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହେଉଛି।

Share Now:

Kalinga News Beuro

Next Post

୫ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Tue Jul 13 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ବର୍ଷା ସମୟରେ ଉକ୍ତ ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ବି ଦିଆଯାଇଛି। ଏଯାବତ […]
୫ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial