ଶ୍ରୀବଦ୍ରିନାଥ ଧାମ ଆଖପାଖରେ ପାଳନ ହୋଇପାରବ ନାହିଁ ଇଦ

ବଦ୍ରିନାଥ ଧାମ ଆଖପାଖରେ ପାଳନ ହୋଇପାରବ ନାହିଁ ଇଦ୍

ସେବାୟତ, ପୁଲିସ ଓ ପ୍ରଶାସନର ମିଳିତ ବୈଠକରେ ନିଷ୍ପତ୍ତି

ଚମୋଲି : ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ। ବଦ୍ରିନାଥ ଧାମରେ ଥିବା ପଣ୍ଡା-ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଯୋଶୀମଠ ପରେ ଇଦ୍ ପର୍ବ ପାଳନ କରାଯିବ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ ମଧ୍ୟ ଏହା ପାଳିତ ହେଉଥିଲା। କିନ୍ତୁ ଏଥର ଇଦ୍-ଉଲ୍-ଜୁହା ପର୍ବ ପାଳନ ପାଇଁ ଶ୍ରୀ ବଦ୍ରିନାଥ ଧାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହିନ୍ଦୁ ସଂଗଠନ ସହିତ ପୁଲିସ, ବଦ୍ରିନାଥ ବ୍ୟବସାୟ ସଂଗଠନ, ପଣ୍ଡା-ପୁରୋହିତ, ତୀର୍ଥ ପୁରୋହିତ, ଠିକାଦାର ଓ ଧାମରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ବି ଯୋଗ ଦେଇଥିଲେ।
ବଦ୍ରିନାଥ ଧାମରେ ଇଦ୍ ନମାଜ ପାଠ ନ କରିବାକୁ ବୈଠକରେ ସେବାୟତମାନେ ଦାବି କରିଥିଲେ। କାରଣ ଏଠାରେ ଧାର୍ମିକ ବିଶ୍ୱାସ ଅନୁସାରେ ଇଦ୍ ନମାଜ ପଢ଼ିବାର ପରମ୍ପରା ନାହିଁ। ଏଭଳି ସ୍ଥିତିରେ ଅଣହିନ୍ଦୁଙ୍କ ସହ କଥା ହୋଇ ନମାଜ ନ ପଢିବାକୁ ପୁଲିସ ପ୍ରଶାସନ ନିକଟରେ ଦାବି କରାଯାଇଥିଲା। ଅଣହିନ୍ଦୁମାନେ ଏହି ଧାନ ନିକଟରେ ନମାଜ ପାଠ ନ କରିବାକୁ ଦିଆଯାଇଥିବା ପ୍ରସ୍ତାବରେ ରାଜି ହୋଇଥିଲେ। ପଣ୍ଡା ପୂଜକ ପ୍ରବୀଣ ଧ୍ୟାନୀ କହିଛନ୍ତି ଯେ ଗତ କିଛି ବର୍ଷ ଧରି ବଦ୍ରିନାଥ ଧାମରେ ଅଣହିନ୍ଦୁମାନେ ଗୁପ୍ତରେ ଇଦ୍ ନମାଜ ପାଠ କରୁଥିଲେ। ଏହାକୁ ନେଇ ହିନ୍ଦୁ ସଂଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ମାଡ଼ିଲାଣି ଡେଙ୍ଗୁ : ୩୭ ଆକ୍ରାନ୍ତ

Tue Jun 27 , 2023
ବିଏମ୍‌ସି କିଣିବ ୨୦ ଫଗିଙ୍ଗ୍‌ ମେସିନ୍‌ ଭୁବନେଶ୍ୱର : ଡେଙ୍ଗୁ ପାଇଁ ପୂର୍ବ ପ୍ରସ୍ତୁତି କରିବାକୁ ନିକଟ ଅତୀତରେ ପୌରପ୍ରଶାସନ ନିର୍ଦ୍ଦେଶକ ସବୁ ପୌରସଂସ୍ଥାକୁ ନିର୍ଦ୍ଦେଶ ଦେଲେ। ପୁରବର୍ଷ ମାନଙ୍କର ଅଭିଜ୍ଞତା ଆଧାରରେ ଡେଙ୍ଗୁର ଭୟାବହତା ସମ୍ପର୍କରେ ବି ଚେତାଇ ଦେଇଥିଲେ। ହେଲେ ଏହି ଚେତାବନୀ ବିଏମ୍‌ସି ପର୍ଯ୍ୟନ୍ତ ପହଞ୍ଚି ପାରିଲାନି। ଯାହାର ପରିଣତି ଏବେ ଭୋଗିବାକୁ ବସିଲେଣି। ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ […]
ମାଡ଼ିଲାଣି ଡେଙ୍ଗୁ

ଆହୁରି ପଢ଼ନ୍ତୁ